କାଙ୍କଣଶିଖରୀ ରେ ନୈକା ବାହୁଡା଼ ଯାତ୍ରା !



 ଖୋର୍ଦ୍ଧା : ଏସିଆ ମହାଦେଶ ର ବୃହତ୍ତମ ଲୁଣା ହ୍ରଦ ଚିଲିକା ରେ ଅନୁଷ୍ଠିତ ହୋଇଛି ରଥ ଯାତ୍ରା ! କାଙ୍କଣ ଶିଖରୀ ରେ ରଥ ବଦଳ ରେ ଚିଲିକାର ନୀଳ ଜଳରାଶି ରେ ସୁସଜ୍ଜିତ ନୌକା ରେ ମହାପ୍ରଭୁଙ୍କ ନିଆରା ବାହୁଡ଼ା ଯାତ୍ରା ପାଳିତ ହୋଇ ଯାଇଅଛି । କାଙ୍କଣ ଶିଖରୀ କୁଦରୁ ଚତୁର୍ଦ୍ଧାମୂର୍ତ୍ତି ନୌକାରେ ବସି ପରିକ୍ରମା କରି ମନ୍ଦିରକୁ ଫେରିଛନ୍ତି ଘଣ୍ଟ, କାହାଳୀ, ମୃଦଙ୍ଗ, ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନିରେ ଚିଲିକା ଜଳପଥ ପ୍ରକମ୍ପିତ ହୋଇଥିଲା। କାଙ୍କଣ କୁଦ ଖୋର୍ଦ୍ଧା ଜିଲ୍ଲାର ନଈରୀ ଗ୍ରାମ ନିକଟ ଚିଲିକା ହ୍ରଦ ମଝିରେ ଏହି କାଙ୍କଣ ଟାପୁ ବା କୁଦ ରହିଛି । ଲୀଳା: ଜନଶ୍ରୁତି ଓ ଇତିହାସ ଅନୁଯାୟୀ ମହାପ୍ରଭୁ ଏଠାରେ ଯବନ ମାନ ଙ୍କ ଆକ୍ରମଣ ସମୟ ରେ ଆଶ୍ରୟ ନେଇଥିଲେ ! ଯାହା ପରଠାରୁ ଏଠାରେ ସ୍ୱତନ୍ତ୍ର ଭାବେ ରଥ ଓ ବାହୁଡ଼ା ଯାତ୍ରା ପାଳିତ ହୋଇଆସୁଛି ।


ରିପୋର୍ଟ :- ପିଙ୍କୁନ ଜେନା 

ଜନତା ଜାଗରଣ 


#Kankansikhari #Asia #Bahudayatra2026 #Janatajagaran

Comments