ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ଦାବି ରେ ୧୯ ଦିନ ରେ ଅନଶନ !
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ଦାବି ରେ ୧୯ ଦିନ ରେ ପହଁଚିଛି ସୋନମ ୱାଙ୍ଗଚୁକ ଙ୍କ ଅନଶନ ! ଜନ୍ତର-ମନ୍ତରରେ ସମର୍ଥକମାନଙ୍କୁ ସମ୍ବୋଧନ କରି ପରିବେଶ କର୍ମୀ ସୋନମ ୱାଙ୍ଗଚୁକ କହିଥିଲେ, "ମୁଁ ବାହାରୁ ଦୁର୍ବଳ ଦେଖାଯାଉଛି, କିନ୍ତୁ ଭିତରୁ ବହୁତ ଶକ୍ତିଶାଳୀ। ମୋର ବିଶ୍ୱାସ ଯେ, ଆପଣମାନେ ସମସ୍ତେ ମଧ୍ୟ ଭିତରୁ ଓ ବାହାରୁ ଉଭୟ ଦିଗରୁ ଶକ୍ତିଶାଳୀ ଅଛନ୍ତି।" ସେ ଆହୁରି କହିଥିଲେ, "ଜୁଲାଇ ୨୦ ତାରିଖ ପାଇଁ ଆମକୁ ଏହି ଶକ୍ତିର ଆବଶ୍ୟକତା ରହିଛି। ସେହିଦିନ ଆମେ ଶାନ୍ତିପୂର୍ଣ୍ଣ ଭାବେ ସଂସଦ ପର୍ଯ୍ୟନ୍ତ ପଦଯାତ୍ରା କରିବୁ ଏବଂ ସମସ୍ତେ ମିଶି ଗଣତନ୍ତ୍ରର ମନ୍ଦିରରେ ନିଜର କଥା ଉପସ୍ଥାପନ କରିବୁ।"
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#SonamWangchuk #Jantarmantar

Comments
Post a Comment