ଭିଣୋଇ ଏବଂ ବିବାହିତା ଶାଳୀ ଙ୍କ ପ୍ରେମ କାହାଣୀର ଦୁଃଖଦ ପରିଣତି: ପ୍ରେମ ସମ୍ପର୍କ ର ଫର୍ଦା ଫାସ୍ ହେବା ପରେ ବିବାହିତ ଶାଳି ଙ୍କ ଆତ୍ମହତ୍ୟା !


ମଧ୍ୟ ପ୍ରଦେଶର ଛତରପୁର ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିବାହିତ ଭିଣୋଇ ଏବଂ ଶାଳି ଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କର କଥା ପରିବାର ଲୋକ ଙ୍କୁ ଜଣାପଡ଼ିବା ପରେ ବିବାହିତ ଶାଳି ଫାସି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି । ତଦନ୍ତ ସମୟରେ ଆହୁରି ସୂଚନା ସାମ୍ନାକୁ ଆସିଛି । ଅଭିଯୋଗ ଅନୁସାରେ, ଭିଣୋଇ ଏବଂ ଶାଳି ନିଜ-ନିଜ ଜୀବନ ସାଥୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚୁଥିଲେ । କିନ୍ତୁ ଶାଳି ଙ୍କ ଭଉଣୀ ଏହି ପ୍ରେମ ସମ୍ପର୍କ ବିଷୟରେ ଜାଣିପାରି ବାପ ଘର ପକ୍ଷକୁ ସବୁକିଛି ଜଣାଇ ଦେଇଥିଲେ । ଏହାପରେ ପରିସ୍ଥିତି ଜଟିଳ ହୋଇପଡ଼ିଥିଲା ଏବଂ ଶାଳି ଆତ୍ମହତ୍ୟା କରିଥିବା କୁହାଯାଉଛି । ଏହି ଘଟଣା ରାଜନଗର ଥାନା ଅନ୍ତର୍ଗତ ପାୟ ଗାଁରେ ଘଟିଛି ।

ପୁଲିସ ଙ୍କ ହାତରେ ଲାଗିଥିବା ଚାଟ୍‌ରୁ ଏଭଳି ସଙ୍କେତ ମିଳିଛି ଯେ, ଶାଳି ନିଜ ଭଉଣୀଙ୍କୁ ହତ୍ୟା କରିବା ପାଇଁ ଭିଣୋଇ ଙ୍କୁ ଉସକାଇଥିବା ସନ୍ଦେହ କରାଯାଉଛି । ତେବେ ଏହି ସମସ୍ତ ଅଭିଯୋଗର ସତ୍ୟତା ପୁଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।


ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 

ଜନତା ଜାଗରଣ 


#MP #Lovestory

Comments

Popular Posts

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ଅବସରରେ ବାଲେଶ୍ବର ସୋର ତଳନଗର ଛକରେ ଏନ୍ଏଚ୍-୧୬ ଅବରୋଧ କରିଛି ସଂଗଠନ ! ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସମେତ ୬ ଦଫା ଦାବି ନେଇ ବନ୍ଦ ପାଳନ କରାଯାଉଥିବା ନେଇ ମିଳିଛି ସୂଚନା ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #OdishaBandh #12HourOdishaBandh #NityanandaGondResign #TextbookErrors