ସାବଧାନ ରୁହନ୍ତୁ ନିଜ ଶିଶୁ ଙ୍କୁ ସୁରକ୍ଷିତ ରଖନ୍ତୁ ! କିଛି ମଣିଷ ରୂପୀ ପଶୁ ମାନେ ଏ ସମାଜ ରେ ବୁଲିବା ଆରମ୍ଭ କଲେଣି !


 

ଗ୍ୱାଲିଅର: ମଧ୍ୟପ୍ରଦେଶ ର ଗ୍ୱାଲିଅର ସହରରୁ ଲଗାତାର ଦୁଷ୍କର୍ମ ଘଟଣା ସାମ୍ନାକୁ ଆସୁଛି। ନିକଟରେ ୮ ବର୍ଷର ଜଣେ ଶିଶୁକନ୍ୟାଙ୍କ ସହ ଏପରି ଏକ ଘଟଣା ଘଟିଛି । ସୂଚନା ଅନୁସାରେ, ଯାହାଙ୍କୁ ସେ "ବଡ଼ ପାପା" ବୋଲି ଡାକୁଥିଲେ, ସେହି ବ୍ୟକ୍ତି ହିଁ ଏହି ଘୃଣ୍ୟ କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ଜୁଲାଇ ୧୩ ତାରିଖ ରାତି ପ୍ରାୟ ୯ଟାରେ ଶିଶୁଟି ତାଙ୍କ ସାନ ଭାଇ ପାଇଁ କ୍ଷୀର ପ୍ୟାକେଟ୍ ଦେବାକୁ ମୁହଁବୋଲା ବଡ଼ ପାପାଙ୍କ ଘର କୁ ଯାଇଥିଲା । ସେତେବେଳେ ଅଭିଯୁକ୍ତ ତାଙ୍କୁ ଚକୋଲେଟ୍ ଦେବା ବାହାନାରେ ଏକ କୋଠରୀ କୁ ଡାକି ନେଇ ତାଙ୍କୁ  ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।

ଶିଶୁଟି ଚିତ୍କାର କରିବାରୁ ଅଭିଯୁକ୍ତ ତାଙ୍କୁ ହତ୍ୟା କରିବାର ଧମକ ମଧ୍ୟ ଦେଇଥିଲା । ପ୍ରାୟ ଅଧ ଘଣ୍ଟା ପରେ ଜେଜେମା ଶିଶୁ ଟି କୁ ଖୋଜି ଆସିବା ପରେ ଅଭିଯୁକ୍ତ ତାଙ୍କୁ ଛାଡ଼ି ଦେଇଥିଲା । ଘଟଣା ପରେ ଦୁଇ ଦିନ ପର୍ଯ୍ୟନ୍ତ ଶିଶୁଟି ଚୁପ୍ ରହିଥିଲା । କିନ୍ତୁ ୪୮ ଘଣ୍ଟା ପରେ ମା' ତାଙ୍କୁ ଗାଧୋଇବା ବେଳେ ଶରୀରରେ ଆଘାତର ଚିହ୍ନ ଦେଖି ପଚାରିବାରୁ ସେ କାନ୍ଦି ପକାଇଥିଲା । ସେ କହିଥିଲା, "ମା', ବଡ଼ ପାପା ବହୁତ ଖରାପ। ସେ ମୋତେ ଅସଭ୍ୟ ଭାବେ ଛୁଇଁଥିଲେ ଏବଂ ମୋ ସହ ଭୁଲ କାମ କରିଥିଲେ। କାହାକୁ କହିଲେ ମୋତେ ମାରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ।"

ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।


ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 

ଜନତା ଜାଗରଣ 


#Gwaliar #MinorRape

Comments

Popular Posts

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ଅବସରରେ ବାଲେଶ୍ବର ସୋର ତଳନଗର ଛକରେ ଏନ୍ଏଚ୍-୧୬ ଅବରୋଧ କରିଛି ସଂଗଠନ ! ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସମେତ ୬ ଦଫା ଦାବି ନେଇ ବନ୍ଦ ପାଳନ କରାଯାଉଥିବା ନେଇ ମିଳିଛି ସୂଚନା ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #OdishaBandh #12HourOdishaBandh #NityanandaGondResign #TextbookErrors