କଟକ ଜିଲ୍ଲାରେ ୧୬ ନମ୍ବର ଜାତୀୟ ରାଜପଥ ର ଜଳଭରା ଗାଡ଼ରେ ପଶି କଂଗ୍ରେସର ପ୍ରତିବାଦ !


କଟକ, ଟାଙ୍ଗୀ: କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳର ୧୬ ନମ୍ବର ଜାତୀୟ ରାଜପଥ ର ନୂତନ ରେଳ ଓଭରବ୍ରିଜ ନିକଟରେ ସୃଷ୍ଟି ହୋଇଥିବା ବଡ଼ ଗାଡ଼ରେ ବର୍ଷା ପାଣି ଜମି ରହୁଥିବାରୁ ବାରମ୍ବାର ସଡ଼କ ଦୁର୍ଘଟଣା ଘଟୁଛି । ଏହା ସତ୍ତ୍ୱେ ମଧ୍ୟ ସମ୍ପୃକ୍ତ ପ୍ରଶାସନ ଏହି ସମସ୍ୟା ପ୍ରତି ସ୍ଥାୟୀ ସମାଧାନ ପାଇଁ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଅଧିକାରୀମାନେ କେବଳ ଅସ୍ଥାୟୀ ଭାବେ ଗାଡ଼ରେ ବାଲି ପକାଇ ଚାଲିଯାଉଛନ୍ତି, କିନ୍ତୁ ସମସ୍ୟାର ସ୍ଥାୟୀ ସମାଧାନ ହେଉନାହିଁ ।

ଏହାର ପ୍ରତିବାଦରେ କଂଗ୍ରେସ ବ୍ଲକ ସଭାପତି ଆଶୁତୋଷଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ହାତରେ କଂଗ୍ରେସ ପତାକା ଧରି ଜମା ପାଣି ଭରା ଗାଡ଼ ଭିତରକୁ ପଶି ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ପ୍ରତିବାଦ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ରିପୋର୍ଟ: ଗଣେଶ ପାଣିଗ୍ରାହୀ

ଜନତା ଜାଗରଣ 


#Tangi #Cuttack

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike