ସୁପ୍ରିମ କୋର୍ଟ ରେ ହଂଗାମା କରି ଦୁଇ ଆଇନ ଛାତ୍ର ଗିରଫ !
ଦିଲ୍ଲୀ : ସୁପ୍ରିମ କୋର୍ଟରେ ଶୁଣାଣି ଚାଲିଥିବା ବେଳେ ହଙ୍ଗାମା କରିବା ଅଭିଯୋଗରେ ଦୁଇଜଣ ଆଇନ ଛାତ୍ରଙ୍କୁ ଗିରଫ କରାଯାଇଛି। ଅଭିଯୋଗ ଅନୁସାରେ, ଜଣେ ଛାତ୍ର କୋର୍ଟ ଭିତରେ ଗାଳି-ଗଳାଜ କରିଥିଲେ, କାଗଜପତ୍ର ଫିଙ୍ଗିଥିଲେ ଏବଂ ପରିସ୍ଥିତିକୁ ଅଶାନ୍ତ କରିଦେଇଥିଲେ। ତାଙ୍କୁ ରୋକିବାକୁ ଯାଇଥିବା ସୁରକ୍ଷାକର୍ମୀଙ୍କ ସହ ମଧ୍ୟ ମାଡ଼ମାରି କରାଯାଇଥିବା କୁହାଯାଉଛି । ଘଟଣା ପରେ ପୋଲିସ ଦୁଇଜଣ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିଛି। ବର୍ତ୍ତମାନ ଉଭୟେ ପୋଲିସ ହିରାସତରେ ଅଛନ୍ତି ଏବଂ ମାମଲାର ତଦନ୍ତ ଜାରି ରହିଛି ।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#Delhi #SupremeCourt #Janatajagaran

Comments
Post a Comment