କୋଳଥିଆ ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଅଲୌକିକ ଲୀଳା 🙏

 








ଓଡିଶା ଡ୍ୟାନ୍ସ ଏକାଡେମୀ ର ଛାତ୍ରୀ ରୂପ ରତନ ନିଜ ର ଡ୍ୟାନ୍ସ ପରୀକ୍ଷା ଦେଇ ସାରି ଘର କୁ ଫେରୁଥିଲେ ଏହି ସମୟ ରେ କୋଳଥିଆ ନିକଟ ରେ ରଥାରୂଢ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟ ରେ ନିଜ ଘୁଙ୍ଗୁର ପୂଜା କରିବା ପାଇଁ ଚାହିଁଥିଲେ ! ରୂପ ରତନ ନିଜ ଘୁଙ୍ଗୁର ନେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଦ ପଦ୍ମ ରେ ସମର୍ପିତ କରିବା ପାଇଁ ଯିବା ବେଳେ ତାଙ୍କ ଓଡ଼ିଶୀ ବେଶ ପୋଷାକ ଦେଖି ବଡ଼ ପଣ୍ଡା ମହୋଦୟ ତାଙ୍କୁ ମହାପ୍ରଭୁ ଙ୍କ ସାମ୍ନା ରେ ଓଡ଼ିଶୀ ପରିବେଷଣ କରିବା ପାଇଁ ନିମନ୍ତ୍ରଣ ଜଣାଇ ଥିଲେ ପ୍ରବଳ ବର୍ଷା ସତ୍ତ୍ୱେ ରୂପ ରତନ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରା ଙ୍କ ସାମ୍ନା ରେ ଓଡ଼ିଶୀ ଦ୍ୱାରା ଜଗନ୍ନାଥ ସହସ୍ର ନାମ ପରିବେଷଣ କରିଥିଲେ ! ତାଙ୍କ ନୃତ୍ୟ ବେଳେ ହଠାତ ବର୍ଷା ବନ୍ଦ ହେବା ସହିତ ଜନ ଶୂନ୍ୟ କୋଳଥିଆ ରେ ହଠାତ ଭିଡ଼ହୋଇ ଯାଇଥିଲା ! ଏହା ପୂର୍ବରୁ ବାହୁଡା଼ ଦିନ ବିଦ୍ୟାଳୟ ରୁ ଫେରିବା ସମୟ ରେ ତାଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ବାହୁଡା଼ ପହଣ୍ଡି ରେ ଅକସ୍ମାତ ଯୋଗଦାନ ର ସୁଯୋଗ ମିଳିଥିଲା ! ସତେ ଅବା ମହାପ୍ରଭୁ ନିଜେ ଡାକି ତାଙ୍କୁ ସେବା ର ସୁଯୋଗ ଦେଇଛନ୍ତି ! ଏହି ଅଲୌକିକ ଲୀଳା କୁ ଦେଖି ସମସ୍ତେ ବିସ୍ମିତ ହେବା ସହିତ ଆସନ୍ତା କାଲି ନୀଳାଦ୍ରୀ ବିଜେ ଅବସର ରେ ଯୋଗଦାନ କରିବା ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇଛି ।

ରିପୋର୍ଟ :- ଲିଲନ କୁମାର ଜେନା 
ଜନତା ଜାଗରଣ 

#Kolathia #Lordjagannath #Bahudayatra2026 #Janatajagaran

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike