ଗୁଣ୍ଡିଚା ମନ୍ଦିର ବୁଲି ଦେଖିଲେ ବରିଷ୍ଠ ପୋଲିସ ଅଧିକାରୀ !
ଡିଜିପି ଏବଂ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସହ ଆଜି ଗୁଣ୍ଡିଚା ମନ୍ଦିର ପରିଦର୍ଶନ କରି ସୁରକ୍ଷା, ଟ୍ରାଫିକ୍ ଓ ଜନସମାଗମ ପରିଚାଳନା ବ୍ୟବସ୍ଥାର ସମୀକ୍ଷା କରାଯାଇଛି । ଅଧିକାରୀମାନେ ଚାଲିଥିବା ବ୍ୟବସ୍ଥାର ତଦାରଖ କରିବା ସହିତ ମୈଦାନ ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ ଏବଂ ସମସ୍ତ ସଂସ୍ଥା ମଧ୍ୟରେ ସମନ୍ୱୟ କୁ ପରଖିଥିଲେ। ସାରାଦିନ ଘଟଣା ସ୍ଥଳରେ ଉପସ୍ଥିତ ରହି ସେମାନେ ନିଜେ ନେତୃତ୍ୱ ନେଇଥିଲେ, ଯାହା ରଥଯାତ୍ରା ୨୦୨୬ ଅବସରରେ ପ୍ରତ୍ୟେକ ଭକ୍ତଙ୍କ ପାଇଁ ସୁରକ୍ଷିତ, ନିରାପଦ ଓ ସୁଚାରୁ ରୀତିନୀତି ପାଳନ ସହ ନିର୍ବିଘ୍ନ ଦର୍ଶନ ବ୍ୟବସ୍ଥା ପ୍ରତି ଓଡ଼ିଶା ପୋଲିସର ଦୃଢ଼ ପ୍ରତିବଦ୍ଧତାକୁ ପୁଣିଥରେ ପ୍ରମାଣିତ କରିଛି।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#Janatajagaran #Gundichabije #Odishapolice




Comments
Post a Comment