ଜନତା ଜାଗରଣ ର ଚିଫ ଙ୍କ ମା ଙ୍କୁ ରକ୍ତଦାନ କଲେ ସାତପଡା ର ରେଞ୍ଜର ଶ୍ରୀଯୁକ୍ତ ରଞ୍ଜନ କୁମାର ବେହେରା ।



 ଜନତା ଜାଗରଣ ର ଚିଫ ଙ୍କ ମା ଙ୍କୁ ରକ୍ତଦାନ କଲେ ସାତପଡା ର ରେଞ୍ଜର ଶ୍ରୀଯୁକ୍ତ ରଞ୍ଜନ କୁମାର ବେହେରା ।


ଭୁବନେଶ୍ୱର :- ଗତ କାଲି ଜନତା ଜାଗରଣ ର ଚିଫ ସୋନା ବାନାର୍ଜୀ ଙ୍କ ମା ଅସୁସ୍ଥ ଥିବା ଏବଂ ରକ୍ତ ଦରକାର ଥିବା ଘଟଣା ଖବର ପାଇ ସାତପଡା ରେଞ୍ଜର ଶ୍ରୀଯୁକ୍ତ ରଞ୍ଜନ କୁମାର ବେହେରା ସମ ହସ୍ପିଟାଲ ରେ ପହଂଚି ରକ୍ତ ଦାନ ପୂର୍ବକ ସାହାଯ୍ୟ କରିଥିଲେ । ସେ ରକ୍ତ ଦାନ କରିବା ସମୟ ରେ ଜନତା ଜାଗରଣ ର ଚିଫ ଏଡିଟର ଶାଶ୍ୱତ ପଟ୍ଟନାୟକ ତାଙ୍କ ପାଖରେ ଉପସ୍ଥିତ ଥିଲେ । ଦୀର୍ଘ ୭୦ କିଲୋମିଟର ଦୂର ରୁ ଆସି ସାହାଯ୍ୟ ର ହାତ ବଢ଼ାଇଥିବା ରେଞ୍ଜର ବାବୁ ବାରହା ଆକ୍ରମଣ ରେ ଆହତ ଚିକିତ୍ସିତ ହେଉଥିବା ବ୍ୟକ୍ତି ଙ୍କୁ ମଧ୍ୟ ଭେଟିଥିଲେ । ରେଞ୍ଜର ଶ୍ରୀଯୁକ୍ତ ବେହରା ଙ୍କ ଏହି ମହାନ କାର୍ଯ୍ୟ ପାଇଁ ଜନତା ଜାଗରଣ ତରଫରୁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦିଆଯିବା ସହିତ ସମସ୍ତ ମହଲ ରେ ପ୍ରଶଂସା କରାଯାଉଛି ।


ରିପୋର୍ଟ :- ଲିଲନ କୁମାର ଜେନା 

ଜନତା ଜାଗରଣ 


#Brahmagiri #Ranger #Satapada

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike