କଟକ ଜିଲ୍ଲାରେ ଭୁଶୁଡ଼ିଲା ନବନିର୍ମିତ ରାସ୍ତା, ଯାତାୟାତ ବ୍ୟାହତ !




କଟକ: କଟକ ଜିଲ୍ଲାର ସାଲେପୁର ବ୍ଲକ ଅନ୍ତର୍ଗତ ଶିଶୁଆ–ମଢଙ୍ଗା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ରାସ୍ତାର ବାରବାରୀ ନିକଟରେ ଥିବା ପୋଲ ସଂଲଗ୍ନ ଅଂଶ ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ିଥିବାରୁ ଯାତାୟାତ ବ୍ୟାହତ ହୋଇଛି । ଏହି ରାସ୍ତାଟି କଟକ–ଚାନ୍ଦବାଲି ମୁଖ୍ୟ ରାସ୍ତା ସହ ସାଲେପୁରର ଶିଶୁଆ ଅଞ୍ଚଳକୁ ସଂଯୋଗ କରୁଥିବାରୁ ପ୍ରତିଦିନ ହଜାର ହଜାର ଲୋକ ଏହି ପଥରେ ଯାତାୟାତ କରିଥାନ୍ତି। ଏହା ସହ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବା ମଧ୍ୟ ଏହି ରାସ୍ତା ଉପରେ ନିର୍ଭରଶୀଳ । ସୂଚନା ଅନୁଯାୟୀ, ୩ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ରାସ୍ତାକୁ ମାତ୍ର ଦୁଇ ମାସ ହୋଇଥିବାବେଳେ ଏହାର କିଛି ଅଂଶ ଦବିବା ସହ ଭୁଶୁଡ଼ି ପଡ଼ିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ନିମ୍ନମାନର ନିର୍ମାଣ କାର୍ଯ୍ୟ ଏବଂ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଆଷାଢ଼ ମାସର ପ୍ରାରମ୍ଭିକ ବର୍ଷାରେ ଏପରି ଅବସ୍ଥା ସୃଷ୍ଟି ହୋଇଛି । ଫଳରେ ସାଧାରଣ ଲୋକ ଯାତାୟାତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ରାସ୍ତାର ତୁରନ୍ତ ମରାମତି ଏବଂ ଘଟଣାର ତଦନ୍ତ ପାଇଁ ଦାବି ଉଠିଛି ।

ରିପୋର୍ଟ: ଗଣେଶ ପାଣିଗ୍ରାହୀ ରିପୋର୍ଟ

ଜନତା ଜାଗରଣ 


#Cuttack #Rain #Road #collapse
 

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike