କାହିଁକି ହେଉଛି ଧର୍ମେନ୍ଦ୍ର ଙ୍କୁ ବିରୋଧ ! ଓଡିଶା ରେ କାହିଁକି ଚୁପ ଧର୍ମେନ୍ଦ୍ର ଙ୍କ ସମର୍ଥକ ?



ଭୁବନେଶ୍ୱର : ରାଜରାସ୍ତା ରୁ ସଂସଦ ସବୁ ଆଡେ NEET ପରୀକ୍ଷା କେଳେଙ୍କାରୀ କୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ! ବିକ୍ଷୋଭ କୁ ନେଇ କ୍ଷତାକ୍ତ ଉଭୟ ପୋଲିସ ଏବଂ ବିକ୍ଷୋଭକାରୀ ! ତେବେ ପ୍ରଶ୍ନ ଉଠିଛି NEET ପରୀକ୍ଷା କେଳେଙ୍କାରୀ କୁ ନେଇ NEET ର ଚେୟାରମ୍ୟାନ ଙ୍କ ବିରୁଦ୍ଧରେ କାହିଁକି ମୁହଁ ଖୋଲୁ ନାହାନ୍ତି ବିରୋଧୀ ଦଳ ? NEET ର ପୁନଃ ପରୀକ୍ଷା ସରିଥିବା ବେଳେ ସନ୍ତୋଷ ଜାହିର କରିଛନ୍ତି ଲକ୍ଷ୍ୟ ଲକ୍ଷ୍ୟ ଛାତ୍ର ଛାତ୍ରୀ ! ତେବେ ପୁଣି ଯନ୍ତରମନ୍ତର ଏ ଅନଶନ ଏବଂ ସଂସଦ ମାର୍ଚ୍ଚ କାହିଁକି ? କାହିଁକି ଅନଶନ ଭାଙ୍ଗିବା କଥା କହିଛନ୍ତି ସୋନମ ୱାଙ୍ଗଚୁକ ? ଇତିହାସ ବହିରେ ମୋଗଲ ଙ୍କୁ ବାଦ ଦେବା ପଡିଛି କି ଧର୍ମେନ୍ଦ୍ର ଙ୍କୁ ମହଙ୍ଗା ! ବିଦେଶ ରୁ ଭାରତ କୁ ଆସୁଥିବା NGO ଫଣ୍ଡ ଉପରେ ମୁହଁ ଖୋଲି କ୍ରୋଧ ର ଶିକାର ହୋଇଛନ୍ତି କି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ? ତେବେ କଳା ପୋଷାକ ପିନ୍ଧି ସଂସଦ ପରିସର ରେ ବିରୋଧୀ ଙ୍କ ବିରୋଧ ପ୍ରଦର୍ଶନ ପରେ ନିଜ ଟୁଇଟ ରେ ପାଲଟା ଉତ୍ତର ଦେଇଛନ୍ତି ଧର୍ମେନ୍ଦ୍ର ! ତେବେ ସୋସିଆଲ ମିଡ଼ିଆ ରେ ଏହାକୁ ନେଇ ବାକ ବିତଣ୍ଡା ଚାଲିଥିବା ବେଳେ ଧର୍ମେନ୍ଦ୍ର ଙ୍କ ଅନେକ ସମର୍ଥକ ନିଜକୁ ଏହି ବିବାଦ ରୁ ଦୁରେଇ ରଖୁଥିବା ଦେଖିବାକୁ ମିଳିଛି !


ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 

ଜନତା ଜାଗରଣ 


#NEETExam #Dpradhan #Janatajagaran

Comments