ସ୍ୱାମୀ କୁ କ୍ୟାନ୍ସର ହେବା ଜାଣି ସ୍ତ୍ରୀ ଦେଲା ଧୋକା !
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ର ରତଲାମରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ କ୍ୟାନ୍ସରରେ ପୀଡ଼ିତ ହେବା ପରେ ଜଣେ ଯୁବକଙ୍କୁ ତାଙ୍କ ପତ୍ନୀ ଅସହାୟ ଅବସ୍ଥାରେ ଛାଡ଼ି ଚାଲିଯାଇଥିବା ଅଭିଯୋଗ ହୋଇଛି । ଉଭୟ ପ୍ରେମ ବିବାହ କରିଥିଲେ। କିନ୍ତୁ ବିବାହର କିଛି ମାସ ପରେ ଯୁବକ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିଲେ। ଏହି କଥା ଜାଣିବା ପରେ ପତ୍ନୀ ତାଙ୍କଠାରୁ ଦୂରେଇ ଯାଇଥିବା ଅଭିଯୋଗ ରହିଛି । ଏତିକି ନୁହେଁ, ବିନା ଛାଡ଼ପତ୍ର (ଡିଭୋର୍ସ) ନେଇ ପତ୍ନୀ ଦ୍ୱିତୀୟ ବିବାହ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ବର୍ତ୍ତମାନ ମାମଲାଟି ଅଦାଲତରେ ବିଚାରାଧୀନ ରହିଛି ଏବଂ ଅଦାଲତ ଅଭିଯୁକ୍ତ ପତ୍ନୀଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#Madhypradesh #WifeBetray #janatajagaran

Comments
Post a Comment