ରାହୁଲ ଗାନ୍ଧୀ ଙ୍କୁ କେଟି ଆର ଙ୍କ ସମାଲୋଚନା !


 ତେଲେଙ୍ଗାନା : ଭାରତ ରାଷ୍ଟ୍ର ସମିତି (BRS)ର କାର୍ଯ୍ୟକାରୀ ଅଧ୍ୟକ୍ଷ କେ. ଟି. ରାମା ରାଓ (KTR) କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ତେଲେଙ୍ଗାନାର ବର୍ତ୍ତମାନର କଂଗ୍ରେସ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ହାଇଦ୍ରାବାଦର ସରୁରନଗର ଷ୍ଟାଡିୟମ ରେ ଆୟୋଜିତ ଏକ ବିଶାଳ 'ଯୁବ ଜନ ସଂଗ୍ରାମ ସଦସ୍ୟ ' କାର୍ଯ୍ୟକ୍ରମ କୁ ସମ୍ବୋଧିତ କରି KTR ଅଭିଯୋଗ କରିଥିଲେ ଯେ, କଂଗ୍ରେସ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇ ରାଜ୍ୟର ଯୁବପିଢ଼ିଙ୍କ ଆଶା ଓ ଆକାଂକ୍ଷା ସହ ବଡ଼ ବିଶ୍ୱାସଘାତ କରିଛି ।

ଭାଷଣ ସମୟରେ KTR ସିଧାସଳଖ ଭାବେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ତାଙ୍କର ଚର୍ଚ୍ଚିତ ନାରା ଉପରେ ମଧ୍ୟ ପଲଟା ଆକ୍ରମଣ କରିଥିଲେ । ମଞ୍ଚରୁ ସେ କହିଥିଲେ, "ରାହୁଲ ଗାନ୍ଧୀ ତେଲୁଗୁ ଭାଷା ବୁଝନ୍ତି ନାହିଁ। ସେଥିପାଇଁ ମୁଁ ତାଙ୍କ ସହ ସେହି ଭାଷାରେ କଥା ହେଉଛି, ଯାହା ସେ ଭଲ ଭାବେ ବୁଝନ୍ତି। ଆପଣ ତେଲୁଗୁ ଜାଣୁନଥିବାରୁ ତେଲେଙ୍ଗାନାର ଯୁବକମାନଙ୍କ ଯନ୍ତ୍ରଣା ଓ ପୀଡ଼ାକୁ ବୁଝିପାରୁନାହାନ୍ତି । ସେଥିପାଇଁ ଆଜି ମୁଁ ଆପଣଙ୍କ ସହ ହିନ୍ଦୀରେ କଥା ହେଉଛି, ଯାହାକୁ ଆପଣ ଭଲ ଭାବେ ବୁଝନ୍ତି।"


ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 

ଜନତା ଜାଗରଣ 


#KTR #VS #INC #Janatajagaran

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike