ସାତପଡା ପଞ୍ଚାୟତ ରେ ମୃତ ବ୍ୟକ୍ତି ଙ୍କ ନାମ ରେ ଭତ୍ତା ଉଠାଣ ଅଭିଯୋଗ !


ସାତପଡ଼ା: ପୁରୀ ଜିଲ୍ଲା ସାତପଡ଼ା ପଞ୍ଚାୟତ ଅଧୀନ ଆଳୁପାଟଣା ଗ୍ରାମ ରେ ଜଣେ ମୃତ ବୃଦ୍ଧା ଙ୍କୁ ସରକାରୀ ରେକର୍ଡ ରେ ଜୀବିତ ଦର୍ଶାଇ ପ୍ରାୟ ଏକ ବର୍ଷ ଧରି ଭତ୍ତା ଟଙ୍କା ଉଠାଯାଇଥିବା ଅଭିଯୋଗ ସାମ୍ନା କୁ ଆସିଛି । ଅଭିଯୋଗ ଅନୁଯାୟୀ, ଭୂତି ବେହେରା ଙ୍କ ବୟସ ୮୯ ବର୍ଷ ଥିଲା ଏବଂ ସେ ପ୍ରତିମାସ ₹୩,୫୦୦ ଭତ୍ତା ପାଉଥିଲେ । ତାଙ୍କ ମୃତ୍ୟୁ ପରେ ମଧ୍ୟ ସରକାରୀ ତାଲିକାରେ ତାଙ୍କୁ ଜୀବିତ ଦର୍ଶାଇ ପ୍ରାୟ ଏକ ବର୍ଷ ଧରି ଭତ୍ତା ଟଙ୍କା ଉଠାଯାଇଥିବା ନେଇ ତାଙ୍କ ପୁଅ ଓ ବୋହୂ ଅଭିଯୋଗ କରିଛନ୍ତି ।

ରିପୋର୍ଟ :- ଲିଲନ କୁମାର ଜେନା 
ଜନତା ଜାଗରଣ 

#Satapada #Brahmagiri

Comments

Popular Posts

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ଅବସରରେ ବାଲେଶ୍ବର ସୋର ତଳନଗର ଛକରେ ଏନ୍ଏଚ୍-୧୬ ଅବରୋଧ କରିଛି ସଂଗଠନ ! ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସମେତ ୬ ଦଫା ଦାବି ନେଇ ବନ୍ଦ ପାଳନ କରାଯାଉଥିବା ନେଇ ମିଳିଛି ସୂଚନା ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #OdishaBandh #12HourOdishaBandh #NityanandaGondResign #TextbookErrors