ପାଠ୍ୟ ପୁସ୍ତକ ମୁଦ୍ରଣ ତ୍ରୁଟିରେ ୧୭୫ କୋଟି ର ରାଜସ୍ୱ କ୍ଷତି !



ଭୁବନେଶ୍ୱର :ବହି ତ୍ରୁଟିରେ ୧୭୫ କୋଟିର ରାଜସ୍ବ କ୍ଷତି ହୋଇଛି ! ମନୋଜ ପାଢ଼ୀଙ୍କୁ ଗିରଫ ପରେ କ୍ରାଇମବ୍ରାଞ୍ଚ ଦେଇଛି ସାଂଘାତିକ ତଥ୍ୟ । କର୍ତ୍ତବ୍ୟ ରେ ଚରମ ଅବହେଳା ସହ ଜାଣିଶୁଣି ତ୍ରୁଟି କରିଥିବା ସୂଚନା। ତେବେ ଏହା ମୁଖ୍ୟମନ୍ତ୍ରୀ ଙ୍କ ବିରୋଧ ରେ ଏକ ଷଡ଼ଯନ୍ତ୍ର ବୋଲି ପୂର୍ବରୁ ଚର୍ଚ୍ଚା ହୋଇଥିଲା । ମନୋଜ ସମ୍ପୂର୍ଣ୍ଣ ତଦାରଖ, ସମନ୍ୱୟ, ନିରୀକ୍ଷଣ, ଅନୁମୋଦନ ଦାୟିତ୍ୱରେ ଥିଲେ। ବିନା ଯାଞ୍ଚରେ ମୁଦ୍ରଣ ପାଇଁ ପଠାଇବା ଏକ ଅପରାଧିକ କାର୍ଯ୍ୟ ହୋଇଥିବାରୁ କ୍ରାଇମବ୍ରାଞ୍ଚ୍‌ BNS ୩୧୬(୫), ୨୦୧, ୬୧(୨) ଏବଂ ୩/୫ରେ ମାମଲା ରୁଜୁ କରି ମନୋଜ ଙ୍କୁ ଗିରଫ କରିଛି ।


ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 

ଜନତା ଜାଗରଣ 


#GovtBook #Scam

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike