ସାଉଦି ବାୟୁସେନା ର F-15 କୁ ଖସାଇଲେ ହୂତି ବିଦ୍ରୋହୀ !

ୟେମେନ : ୟେମେନ ର  ହୁତି ବିଦ୍ରୋହୀ ଏବଂ ସାଉଦି ଆରବ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଉଭୟ ପକ୍ଷ ପରସ୍ପର ଉପରେ ଲଗାତାର ଆକ୍ରମଣ କରୁଥିବା ବେଳେ ହୁତି ବିଦ୍ରୋହୀ ମାନେ ସାଉଦି ଆରବ କୁ ଅଧିକ କ୍ଷତି ପହଞ୍ଚାଉଥିବା ଦାବି କରାଯାଉଛି । ହୁତି ମାନେ ସାଉଦି ଆରବ କୁ ବଡ଼ ଝଟକା ଦେଇ ସାଉଦି ବାୟୁସେନା ର ଏକ F-15 ଯୁଦ୍ଧବିମାନ କୁ ଖସାଇ ଦେଇଥିବା ଦାବି କରିଛନ୍ତି । ହୁତି ସେନାର ମୁଖପାତ୍ର ୟାହ୍ୟା ସରି ଏକ ବିବୃତି ଜାରି କରି କହିଛନ୍ତି ଯେ, ଏହି ବିମାନ ଟି ୟେମେନ ର ମାରିବ ପ୍ରଦେଶର ଆକାଶ ସୀମା ରେ ଶତ୍ରୁପକ୍ଷର ସାମରିକ କାର୍ଯ୍ୟାନୁଷ୍ଠାନ କରୁଥିଲା । ଏହି ସମୟ ରେ ହୁତି ମାନେ ସ୍ଥାନୀୟ ଭାବେ ନିର୍ମିତ ଏକ କ୍ଷେପଣାସ୍ତ୍ର ବ୍ୟବହାର କରି ଏହାକୁ ଖସାଇ ଦେଇଥିବା ସେ ଦାବି କରିଛନ୍ତି । ଏବେ ହୁତିମାନେ ଏହାର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ହୁତି ମାନେ ସେୟାର କରିଥିବା ଭିଡିଓ ରେ ସାଉଦି ବାୟୁସେନାର F-15 ଯୁଦ୍ଧ ବିମାନ କୁ ହୁତି ବିଦ୍ରୋହୀ ମାନଙ୍କ କ୍ଷେପଣାସ୍ତ୍ର ଆଘାତ କରୁଥିବା ଦେଖାଯାଉଛି। ଏହାପରେ ଯୁଦ୍ଧ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ନିଆଁର ଗୋଲାରେ ପରିଣତ ହେଉଥିବା ଦୃଶ୍ୟ ରହିଛି। ହୁତି ମାନେ ଅଭିଯୋଗ କରିଛନ୍ତି ଯେ, ଗତ ଏକ ସପ୍ତାହ ମଧ୍ୟରେ ସାଉଦି ବାୟୁସେନା ୟେମେନର ତାଇଜ, ଲହଜ, ଅଲ-ଜୌଫ, ହଜ୍ଜା, ମାରିବ, ସାଦା ଏବଂ ଅଲ-ବୈଦା ସମେତ ଅନେକ ପ୍ରଦେଶ ଉପରେ ୪୫୦ରୁ ଅଧିକ ଥର ଆକାଶ ମାର୍ଗ ରୁ ଆକ୍ରମଣ କରିଛି। ଏହି ଆକ୍ରମଣ ରେ ଅନେକ ସାଧାରଣ ନାଗରିକ ହତାହତ ହୋଇଥିବା ମଧ୍ୟ ସେମାନେ ଦାବି କରିଛନ୍ତି।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#Yemen #Huti #F-15

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike