ମୋଦି ଙ୍କ ଜନ୍ମ ଦିନ ରେ ମାଗଣା ଚାହା ବଣ୍ଟନ !

ଆଜି ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ର ଜନ୍ମ ଦିନ !ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ର ୭୬ ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କ ଜନ୍ମଦିନ ଅବସର ରେ ସାରା ଦେଶ ରେ ବିଭିନ୍ନ ଶୈଳୀ ରେ ଉତ୍ସବ ପାଳନ କରାଯାଉଛି। ଏହି ଅବସର ରେ ଚା’ ଦୋକାନ କରିଥିବା ଜୱାହର ଭଗତ ୭୬ କପ୍‌ ଚା’ ମାଗଣାରେ ପରିବେଷଣ କରିଛନ୍ତି । ଚା’ ପରିବେଷଣ କରିବା ସହିତ ସେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିଛନ୍ତି। ଜୱାହର ଭଗତ ନିଜେ ଚା’ ବିକ୍ରି କରନ୍ତି ଏବଂ ନରେନ୍ଦ୍ର ମୋଦୀଙ୍କର ଜଣେ ପ୍ରଶଂସକ। ତାଙ୍କ କହିବାନୁସାରେ, ମୋଦୀଜୀ ମଧ୍ୟ ଦିନେ ଚା’ ବିକ୍ରି କରୁଥିଲେ ଏବଂ ଆଜି ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଙ୍କ ଏହି ଯାତ୍ରା ଚା’ ବିକ୍ରେତାମାନଙ୍କ ପାଇଁ ପ୍ରେରଣା ବୋଲି ସେ କହିଛନ୍ତି। ଏହି ସମ୍ପର୍କ କୁ ନଜର ରେ ରଖି ଜୱାହର ନିଜ ଦୋକାନ ରେ ଲୋକଙ୍କୁ ମାଗଣା ଚା’ ପରିବେଷଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଜୱାହର କହିଛନ୍ତି ଯେ, ସେ ରାଜନୀତି ରେ ବିଶେଷ ଆଗ୍ରହୀ ନୁହନ୍ତି। ପ୍ରଧାନମନ୍ତ୍ରୀଙ୍କ ବିଷୟରେ କିଏ କ’ଣ କହୁଛି, ତାହା ତାଙ୍କ ପାଇଁ ବିଶେଷ ମହତ୍ତ୍ୱ ରଖେ ନାହିଁ। ତାଙ୍କ ପାଇଁ ମୁଖ୍ୟ କଥା ହେଉଛି ସରକାରଙ୍କ ଯୋଜନାଗୁଡ଼ିକରୁ ଗରିବ ଓ ସାଧାରଣ ଲୋକେ କେତେ ଲାଭ ପାଉଛନ୍ତି । ସେ କହିଛନ୍ତି ଯେ, ଗରିବ ଙ୍କ ପାଇଁ ଚାଲୁଥିବା ଅନେକ ସରକାରୀ ଯୋଜନାର ଲାଭ ତାଙ୍କ ଭଳି ଲୋକଙ୍କ ପାଖରେ ମଧ୍ୟ ପହଞ୍ଚିଛି । ତେବେ ଜୱାହରଙ୍କର ସରକାରଙ୍କ ନିକଟରେ ଏକ ଦାବି ମଧ୍ୟ ରହିଛି। ସେ ଚାହୁଁଛନ୍ତି ଯେ, ସାରା ଦେଶର ଚା’ ଦୋକାନୀମାନଙ୍କ ପାଇଁ ସରକାର ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରନ୍ତୁ।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#ModiBirthday #Teadistribution #Jabahar

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike