ଅନ୍ୟ ଜାତି ରେ କନ୍ୟା ର ପ୍ରେମ ବିବାହ କୁ ନେଇ କୁଶପୁତ୍ତଳିକା ଦାହ !
ବିହାର : ଅନ୍ୟ ଜାତି ରେ ପ୍ରେମ ବିବାହ କୁ ନେଇ ଏକ ଚମକାଇଦେବା ଘଟଣା ସାମ୍ନା କୁ ଆସିଛି। ପୂର୍ଣ୍ଣିଆ ଜିଲ୍ଲାର କେନଗର ବ୍ଲକ୍ ଅନ୍ତର୍ଗତ ଚପୟ ଗାଁରେ ଜଣେ ବାପା ନିଜ ଜୀବିତ ଝିଅ ର ପୁତ୍ତଳିକା ତିଆରି କରି ଝିଅ ଅନ୍ତିମ ସଂସ୍କାର କରିଛନ୍ତି। ସେ ନିଜେ ଝିଅର ପୁତ୍ତଳିକା ପ୍ରସ୍ତୁତ କରିବା ସହ ଅର୍ଥି ଖର୍ଚ୍ଚ କରିଥିଲେ । ପରେ ପୁତ୍ତଳିକାକୁ ନେଇ ଶବଯାତ୍ରା ବାହାର କରି ଶ୍ମଶାନ ଘାଟରେ ଚିତାକୁ ମୁଖାଗ୍ନି ଦେଇଥିଲେ। ଏହି ସମୟରେ ଗ୍ରାମବାସୀଙ୍କ ଭିଡ଼ ମଧ୍ୟ ଉପସ୍ଥିତ ଥିଲା। ତେବେ ଏଭଳି ଅମାନବୀୟ କାର୍ଯ୍ୟ କୁ ବୁଦ୍ଧିଜୀବି ଏବଂ ମାନବଧିକାର ସଂଗଠନ ବିରୋଧ ଏବଂ ସମାଲୋଚନା କରିବା ସହିତ ରାଜରାସ୍ତା ରେ ଏଭଳି ଅଧିକାର କ୍ଷୁର୍ଣ ଏବଂ ଧମକ ପୂର୍ଣ୍ଣ କାର୍ଯ୍ୟ କରାଯିବା ବେଳେ ସ୍ଥାନୀୟ ପ୍ରଶାସନ ର ନୀରବତା କୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି !
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#Purnia #InterCasteMarriage
Comments
Post a Comment