ଭାରତୀୟ ନେଭି ଠାରୁ ଧକ୍କା ଖାଇବା ପରେ ଆରବ ସାଗର ରେ ନୋଟମ ଜାରି କଲା ପାକିସ୍ତାନୀ ନେଭି !

ଉତ୍ତର-ପୂର୍ବ ଆରବ ସାଗରରେ ଭାରତ ଓ ପାକିସ୍ତାନ ନୌସେନା ମଧ୍ୟରେ ବଢ଼ୁଥିବା ଉତ୍ତେଜନା ପୁଣିଥରେ ଦକ୍ଷିଣ ଏସିଆରେ ଚର୍ଚ୍ଚା ବଢ଼ାଇଛି । ଗତ ସପ୍ତାହ ରେ ଦୁଇ ଦେଶର ନୌସେନା ଜାହାଜ ମଧ୍ୟରେ ଧକ୍କା ହେବାର ଖବର ପ୍ରକାଶ ପାଇବାର ମାତ୍ର କିଛି ଦିନ ପରେ ପାକିସ୍ତାନ ଏହି ଅଞ୍ଚଳରେ ‘ଲାଇଭ୍ ନେଭାଲ୍ ଫାୟାରିଂ ଏକ୍ସରସାଇଜ୍’ ପାଇଁ ଆଧିକାରିକ ନୋଟମ୍ ଜାରି କରିଛି । ଏହି ନୋଟମ୍ କୌଣସି କ୍ଷେପଣାସ୍ତ୍ର ପରୀକ୍ଷଣ ସମ୍ପର୍କିତ ନୁହେଁ; ବରଂ ଏହି ଅଭ୍ୟାସ ସମୟରେ ପାକିସ୍ତାନ ନୌସେନା ପକ୍ଷରୁ ଗୁଳିଚାଳନା କରାଯିବ । ପାକିସ୍ତାନ ପକ୍ଷରୁ ଜାରି ଏହି ‘ନୋଟମ୍’ ଏବଂ ନାଭିଗେସନାଲ୍ ଚେତାବନୀ ପରେ ଆରବ ସାଗର ର ଏହି ସମ୍ବେଦନଶୀଳ ଜଳକ୍ଷେତ୍ରରେ ବାଣିଜ୍ୟିକ ଜାହାଜ ଗୁଡ଼ିକର ଯାତାୟାତକୁ ନେଇ ମଧ୍ୟ ସତର୍କତା ଜାରି କରାଯାଇଛି । ପ୍ରତିରକ୍ଷା ବିଶେଷଜ୍ଞ ମାନଙ୍କ ମତରେ, ସମୁଦ୍ର ରେ ଘଟିଥିବା ଧକ୍କାର ତୁରନ୍ତ ପରେ ପାକିସ୍ତାନର ଏହି ସାମରିକ ଅଭ୍ୟାସକୁ କେବଳ ଏକ ସଂଯୋଗ ବୋଲି ଦେଖାଯାଇପାରେ ନାହିଁ । ଏହା ମାଧ୍ୟମରେ ପାକିସ୍ତାନ ନିଜର ସାମରିକ ଉପସ୍ଥିତି ଦର୍ଶାଇବାକୁ ଚେଷ୍ଟା କରୁଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି । ଭାରତ ତୁଳନାରେ ପାକିସ୍ତାନ ନୌସେନାକୁ ଅପେକ୍ଷାକୃତ ଦୁର୍ବଳ ବୋଲି ବିବେଚନା କରାଯାଏ । ଭାରତୀୟ ଜାହାଜ ସହ ଧକ୍କା ପରେ ଏପରି ଲାଇଭ୍ ଫାୟାରିଂ ଅଭ୍ୟାସ କରିବା ଚୀନର ସାମରିକ କାର୍ଯ୍ୟ ପଦ୍ଧତି ର ଏକ ପ୍ୟାଟର୍ନ କୁ ଦର୍ଶାଉଛି ବୋଲି ମଧ୍ୟ ମତ ପ୍ରକାଶ ପାଇଛି ।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#Arabsagar #PakNavy #IndianNavy

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike