ଗଞ୍ଜାମ ଜିଲ୍ଲା ସିକିରି ରେ ଜୁଆ ଆଡ୍ଡା ଉପରେ ଚଢ଼ାଉ !
ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସିକିରି ଅଞ୍ଚଳ ରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୋଲିସ ଅତର୍କିତ ଚଢ଼ଉ କରିଛି । ପୋଲିସ କୌଣସି ସୂତ୍ର ରୁ ଜୁଆ ଖେଳ ଚାଲିଥିବା ଖବର ପାଇବା ପରେ ଘଟଣାସ୍ଥଳ ରେ ଅଚାନକ ଚଢ଼ଉ କରିଥିଲା । ଏହି ଚଢ଼ଉ ସମୟରେ ଜୁଆ ଖେଳ ରେ ସମ୍ପୃକ୍ତ ଥିବା ଅଭିଯୋଗରେ ୫ ଜଣ ଙ୍କୁ ପୋଲିସ ଗିରଫ କରିଛି । ଘଟଣା କୁ ନେଇ ପୋଲିସ ପକ୍ଷ ରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।
ରିପୋର୍ଟ :- ଗଣେଶ ପାଣିଗ୍ରାହୀ
ଜନତା ଜାଗରଣ
#Hinjilicut #jua
Comments
Post a Comment