ୟୁକ୍ରେନ୍ ଯୁଦ୍ଧ ରେ ପାକିସ୍ତାନୀ ଅସ୍ତ୍ରର ମାନ ନେଇ ପ୍ରଶ୍ନ ଉଠିଛି , ୧୫୫ ମିମି ତୋପ ଗୋଳାରୁ ତୋପ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ !


ଦିଲ୍ଲୀ : ୟୁକ୍ରେନ୍ ଯୁଦ୍ଧ ପାକିସ୍ତାନୀ ଅସ୍ତ୍ରଶସ୍ତ୍ର ର ଗୁଣବତ୍ତା କୁ ନେଇ ଅନ୍ତର୍ଜାତୀୟ ସ୍ତରରେ ପ୍ରଶ୍ନ ଉଠାଇଛି । ପ୍ରକୃତ ରେ, ତୃତୀୟ ଦେଶ ମାଧ୍ୟମ ରେ ୟୁକ୍ରେନ୍‌ କୁ ଯୋଗାଇ ଦିଆଯାଇଥିବା ୧୫୫ ମିମି ତୋପ ଗୋଳା ଠିକ୍‌ ଭାବେ କାମ କରୁନଥିବା ଅଭିଯୋଗ ହୋଇଛି । ୟୁକ୍ରେନ୍ ସେନାର କମାଣ୍ଡର ମାନେ ଏ ନେଇ ଶୀର୍ଷ ଅଧିକାରୀ ମାନଙ୍କ ନିକଟ ରେ ଅଭିଯୋଗ କରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ପାକିସ୍ତାନ ରେ ନିର୍ମିତ ତୋପ ଗୋଳା ବ୍ୟବହାର କରିବା ଫଳରେ ୟୁକ୍ରେନ୍‌ର ତୋପଖାନା କୁ ଭୟଙ୍କର କ୍ଷତି ପହଞ୍ଚିଛି । ୟୁକ୍ରେନ୍‌ ର କମାଣ୍ଡରମାନେ ଏପରିକି କହିଛନ୍ତି ଯେ, ୟୁରୋପୀୟ ଗୋଳାଗୁଡ଼ିକ ଭଲ ପ୍ରଦର୍ଶନ କରୁଥିବା ବେଳେ ପାକିସ୍ତାନରୁ ଆସିଥିବା ୧୫୫ ମିମି ତୋପ ଗୋଳା ତୋପଗୁଡ଼ିକୁ ଖରାପ କରୁଛି। ଅନେକ କ୍ଷେତ୍ର ରେ ଏହି ଗୋଳା ଆପେ ଫୁଟି ଯାଉଥିବା ଏବଂ ଆଉ କେତେକ ବିଲକୁଲ ଫୁଟୁ ନ ଥିବା ଦେଖିବାକୁ ମିଳୁଛି ।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#Ukren #PakWeapon

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike