ବିଜେପି ଆକ୍ରମଣ ରେ ଦୁଇ ଫାଳ ହୋଇଗଲା TMC ! ଇସ୍ତଫା ଦେଉଛନ୍ତି ଗୋଟିଏ ପରେ ଗୋଟିଏ ପ୍ରାର୍ଥୀ !

ରେଜିନଗର : ବିଜେପି ର ଶାଣିତ ଆକ୍ରମଣ ରେ ଘାଇଲା ତୃଣମୂଳ !ପୁଣି ଲାଗିଛି ମମତା ବାନାର୍ଜୀ ଙ୍କୁ ଆଉ ଗୋଟିଏ ବଡ଼ ଝଟକା ! ପଶ୍ଚିମବଙ୍ଗ ବିଧାନସଭା ଉପନିର୍ବାଚନ ରେ ବଡ଼ ରାଜନୈତିକ ଓଲଟ ପାଲଟ ଦେଖାଦେଇଛି। ନନ୍ଦୀଗ୍ରାମ ଘଟଣା ପରେ ରେଜିନଗର ରୁ ମମତା ବାନାର୍ଜୀ ଙ୍କ ପ୍ରାର୍ଥୀ ନିର୍ବାଚନୀ ମଇଦାନରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି । ରେଜିନଗର ବିଧାନସଭା ଉପନିର୍ବାଚନ ପାଇଁ ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ରବିଉଲ ଆଲମ ଚୌଧୁରୀ ନିଜ ନାମାଙ୍କନପତ୍ର ପ୍ରତ୍ୟାହାର କରିବା ନେଇ ଘୋଷଣା କରିଛନ୍ତି । ଶନିବାର ସକାଳେ ସେ କହିଥିଲେ ଯେ, ସେ ଦଳୀୟ କର୍ମୀମାନ ଙ୍କୁ ବେଲଡାଙ୍ଗାରେ ଏକାଠି ହେବାକୁ କହିଛନ୍ତି । ପରେ ଅପରାହ୍ନ ରେ ସେମାନଙ୍କ ସହ ମିଶି ବେରହାମପୁରସ୍ଥିତ ମୁର୍ଶିଦାବାଦ ଜିଲ୍ଲା ପ୍ରଶାସନିକ ଭବନକୁ ଯାଇ ଔପଚାରିକ ଭାବେ ନାମାଙ୍କନପତ୍ର ପ୍ରତ୍ୟାହାର କରିବେ।
ସାମ୍ବାଦିକମାନେ ଏହି ନିଷ୍ପତ୍ତି ସମ୍ପର୍କରେ ସେ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିଥିଲେ କି ବୋଲି ପଚାରିବାରୁ ରବିଉଲ କହିଥିଲେ, ଦିଦି କହିଛନ୍ତି—‘ଯାହା ସବୁଠାରୁ ଭଲ ହେବ, ସେହି ନିଷ୍ପତ୍ତି ନିଅ।’

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#TMC #Kolkata #Rejinagar

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike