ଭାରତ ର ହିମାଚଳ ପାଦ ଦେଶ ରେ ମିନି ଇସ୍ରାଏଲ !

ହିମାଚଳ ପ୍ରଦେଶ : ଜିଶ୍‌ (ଗୁପ୍ତ ନାମ ) ଇସ୍ରାଏଲ ରେ ନିଜର ବାଧ୍ୟତାମୂଳକ ସାମରିକ ସେବା ଶେଷ କରି ଭାରତ ଆସିବା ର ଏକ ସପ୍ତାହ ରୁ ଅଧିକ ସମୟ ହୋଇଛି । ହିମାଚଳ ପ୍ରଦେଶ ର ବର୍ଷାଭିଜା ପାଇନ୍‌ ଜଙ୍ଗଲ ମଧ୍ୟରେ ଥିବା କୁହୁଡ଼ିଆ ଗ୍ରାମ ଧରମକୋଟର ସଂକୀର୍ଣ୍ଣ ବଜାର ରାସ୍ତା ରେ ଥିବା ଏକ ଲୋକପ୍ରିୟ ଭେଗାନ୍‌ ବେକେରି-କମ୍-କାଫେ ରେ ସେ ଲେମନ୍‌ ପାଇ ଓ ଅଦା ଚା’ର ସ୍ୱାଦ ନେଉଛନ୍ତି । ‘ହମସ୍‌ ଟ୍ରେଲ୍‌’ ରେ ଇସ୍ରାଏଲୀ ପର୍ଯ୍ୟଟକ ମାନଙ୍କ ର ଏକ ପ୍ରସିଦ୍ଧ ଗନ୍ତବ୍ୟସ୍ଥଳ ଧରମକୋଟ ମ୍ୟାକ୍ଲିଓଡଗଞ୍ଜ ଠାରୁ ପ୍ରାୟ ୨-୩ କିଲୋମିଟର ଉପରେ ଅବସ୍ଥିତ। ଭାରତ କୁ ଏହା ମୋର ଦ୍ୱିତୀୟ ଯାତ୍ରା ବୋଲି ଜିଶ୍‌ କହିଥିଲେ । ହିମାଳୟ ର ପ୍ରାକୃତିକ ପରିବେଶ ରେ ମନକୁ ଶାନ୍ତ କରିବା ପାଇଁ ସେ ପେଣ୍ଟିଂ କ୍ଲାସ୍‌ କୁ ଯାଉଛନ୍ତି । ଗତବର୍ଷ ମେ’ ମାସ ରେ ସୋସିଆଲ୍‌ ମିଡିଆ ର ଚର୍ଚ୍ଚା ଏବଂ ସାଙ୍ଗ ମାନଙ୍କ ପ୍ରତ୍ୟକ୍ଷ ଅନୁଭୂତି ରୁ ଭାରତ ସମ୍ପର୍କରେ ବହୁତ କଥା ଶୁଣିବା ପରେ ସେ ଏଠାକୁ ଆସିବାକୁ ଇଚ୍ଛା କରିଥିଲେ। ସେ ପ୍ରାୟ ୫ ମାସ ଭାରତ ରେ ରହିଥିଲେ । ପ୍ରଥମେ ଏକାକୀ ଏବଂ ପରେ ଅଢ଼େଇ ମାସ ନିଜ ପତ୍ନୀଙ୍କ ସହ ରହିଥିଲେ। ସେ ଅଧିକାଂଶ ସମୟ ମୋଟରସାଇକେଲ୍‌ ରେ ହିମାଳୟ ଅଞ୍ଚଳ ବୁଲି ବୁଲି ଧରମକୋଟ ଆସିଥିଲେ , ତା’ପରେ ମନାଲିର ପାର୍ବତୀ ଭ୍ୟାଲି ଏବଂ ପରେ ଲଦାଖ ଯାଇଥିଲେ । ଏଥର ଭାରତ କୁ ସେ ଏବଂ ତାଙ୍କ ପତ୍ନୀ ଆସିଥିବା କଥା କହିଛନ୍ତି । ସେ ଇସ୍ରାଏଲ୍‌ ଡିଫେନ୍ସ ଫୋର୍ସେସ୍‌ (IDF) ରେ ଦୁଇ ବର୍ଷର ବାଧ୍ୟତାମୂଳକ ସାମରିକ ସେବା ଶେଷ କରିବା ପରେ ରିଜର୍ଭ ସାମରିକ ସେବାରେ ମଧ୍ୟ ରହିଥିଲେ । ଯଦିଓ ପୂର୍ବତନ ସୈନିକ ଭାବେ ଭ୍ରମଣ ପାଇଁ ଯୋଜନା କରୁଥିଲେ, ଇରାନ୍‌ ବିରୋଧ ରେ ଚାଲିଥିବା ଆମେରିକା-ଇସ୍ରାଏଲ୍‌ ଯୁଦ୍ଧ ର ପ୍ରଭାବ ତାଙ୍କ ଜୀବନରେ ମଧ୍ୟ ପଡ଼ିଛି । ୨୫ ବର୍ଷୀୟ ଜିଶ୍‌ କହିଛନ୍ତି ଅକ୍ଟୋବର ୨୦୨୩ଠାରୁ ଆମେ ଅନେକ ସାଙ୍ଗ ଏବଂ ଅନେକ ସାଧାରଣ ନାଗରିକଙ୍କୁ ହରାଇଛୁ। ୨୦୨୩ ଅକ୍ଟୋବରରେ ହାମାସ୍‌ ଆକ୍ରମଣ କରିବା ର ଠିକ୍‌ ଏକ ମାସ ପୂର୍ବରୁ ମୋର ନିର୍ବନ୍ଧ ହୋଇଥିଲା। ମୁଁ ସେତେବେଳେ ଯୁଦ୍ଧକ୍ଷେତ୍ରରେ ଥିଲି । ମୋର ସାଙ୍ଗ ମାନେ ବିବାହ ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରିଥିଲେ । ଏହା ବହୁତ କଷ୍ଟକର ଥିଲା।  ଜିଶ୍‌ କହିଛନ୍ତି ଯେ ସେ ୧୯ ବର୍ଷ ବୟସରେ IDFରେ ଯୋଗ ଦେଇଥିଲେ। ଇସ୍ରାଏଲ ର ଅନେକ ଲୋକ ନିଜର ବାଧ୍ୟତାମୂଳକ ସାମରିକ ସେବା ଶେଷ କରିବା ପରେ ଧରମକୋଟକୁ ଆସୁଥିବାରୁ ଏହି ସ୍ଥାନକୁ ‘ମିନି ଇସ୍ରାଏଲ୍‌’ ବୋଲି ମଧ୍ୟ କୁହାଯାଏ। ୨୦୨୨ରେ Anatolia ନାମକ ଆନ୍ତର୍ଜାତୀୟ ପର୍ଯ୍ୟଟନ ଓ ହସ୍ପିଟାଲିଟି ଗବେଷଣା ପତ୍ରିକାରେ ପ୍ରକାଶିତ ‘Decoding the Hummus Trail of India: Regaining the Lost Prudence’ ଶୀର୍ଷକ ଗବେଷଣା ପତ୍ର ଅନୁଯାୟୀ, ପ୍ରତିବର୍ଷ ପ୍ରାୟ ୮୦,୦୦୦ ଇସ୍ରାଏଲୀ ଭାରତ ଭ୍ରମଣ କରନ୍ତି । ହିମାଚଳ ପ୍ରଦେଶ ପର୍ଯ୍ୟଟନ ବିଭାଗ ର ଯୁଗ୍ମ ନିର୍ଦ୍ଦେଶକ ଭାନୁ ଗୁପ୍ତା କହିଛନ୍ତି, “ଗତବର୍ଷ ହିମାଚଳ କୁ ୧ ଲକ୍ଷରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ଏଥିରେ ୟୁରୋପ, କାନାଡା, ଆମେରିକା ଏବଂ ଇସ୍ରାଏଲ୍‌ ସମେତ ବିଭିନ୍ନ ଦେଶର ପର୍ଯ୍ୟଟକ ସାମିଲ ଥିଲେ।” ତେବେ ଚଳିତବର୍ଷ ଧରମକୋଟର ଉଚ୍ଚ ପାଇନ୍‌ ଗଛରେ ଘେରା ସଂକୀର୍ଣ୍ଣ ପଥର ପିଚ୍‌ ରାସ୍ତାଗୁଡ଼ିକ ତୁଳନାମୂଳକ ଭାବେ ଖାଲି ଦେଖାଯାଉଛି। ସ୍ଥାନୀୟ ହସ୍ପିଟାଲିଟି ବ୍ୟବସାୟୀମାନଙ୍କ ଅନୁଯାୟୀ, ଇସ୍ରାଏଲୀ ପର୍ଯ୍ୟଟକଙ୍କ ଆଗମନ ଏବେ ଅସମାନ ଓ ଅନିୟମିତ ହୋଇଛି। ତଥାପି ବର୍ଷ ବର୍ଷ ଧରି ବିଦେଶୀ ପର୍ଯ୍ୟଟକଙ୍କ ନିୟମିତ ଆଗମନ ଏହି ଛୋଟ ଗ୍ରାମର ଅର୍ଥନୀତିକୁ ସହାୟତା କରିଆସିଛି। ଅନ୍ୟପକ୍ଷରେ, ଜଙ୍ଗଲରେ ଡ୍ରଗ୍‌ ମିଶ୍ରିତ ରେଭ୍‌ ପାର୍ଟିର ନକାରାତ୍ମକ ପ୍ରଭାବକୁ ନେଇ ସ୍ଥାନୀୟ ଲୋକମାନେ ଚିନ୍ତିତ ଅଛନ୍ତି ।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 
#MiniIsrael #India #Janatajagaran

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike