ଲେବାନନ ରୁ ହଟିବେ ନାଟୋ ସେନା !
ଲେବାନନ : ଲେବାନନ୍ ରେ ନିୟୋଜିତ ମିଳିତ ଜାତିସଂଘ ଶାନ୍ତିରକ୍ଷୀ ବାହିନୀ (UNIFIL) ଖୁବ୍ଶୀଘ୍ର ଫେରିଯିବା କୁ ଯାଉଛି। ଲେବାନନ୍ ରେ ଜାତିସଂଘ ଶାନ୍ତିରକ୍ଷୀ ବାହିନୀର ମୁଖ୍ୟ ଇଟାଲୀ ର ମେଜର ଜେନେରାଲ୍ ଡିଓଡାଟୋ ଅବଗ୍ନାରା ଏହା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ଶାନ୍ତିରକ୍ଷୀ ବାହିନୀର ପ୍ରତ୍ୟାହାର ପୂର୍ବରୁ ଅନ୍ୟ ଜାତିସଂଘ ଏଜେନ୍ସି ଏବଂ ଲେବାନନ୍ର ସୈନିକମାନେ ଏହି ବାହିନୀର କାର୍ଯ୍ୟଭାର ସମ୍ଭାଳିବାକୁ ସକ୍ଷମ ହେବେ ବୋଲି ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ । ଚଳିତ ବର୍ଷ ଶେଷ ସୁଦ୍ଧା ଜାତିସଂଘର ଶାନ୍ତିରକ୍ଷୀ ସୈନିକମାନେ ଲେବାନନ୍ ଛାଡ଼ିବେ। ସେମାନଙ୍କ ମଧ୍ୟରେ ୬୪୧ ଜଣ ଭାରତୀୟ ସୈନିକ ମଧ୍ୟ ରହିଛନ୍ତି। ପ୍ରାୟ ୫୦ ବର୍ଷ ଧରି UNIFIL ଦକ୍ଷିଣ ଲେବାନନ୍ର ନିରୀକ୍ଷଣ କରିଆସୁଛି। ଲେବାନନ୍ ରୁ ଶାନ୍ତିରକ୍ଷୀ ବାହିନୀ ର ପ୍ରତ୍ୟାହାର କୁ ଇସ୍ରାଏଲ୍ର ବିଜୟ ଭାବେ ଦେଖାଯାଉଛି।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#Lebaanaon #IndianArmy #Nato
Comments
Post a Comment