BRICS ରେ ମୋଦୀ ଙ୍କୁ ଭେଟିଲେ ବିଭିନ୍ନ ଦେଶ ର ନେତା !
BRICS 2026 : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଇରାନ ରାଷ୍ଟ୍ରପତି ମସୁଦ ପେଜେଶ୍କିଆନ ଶୁକ୍ରବାର ବ୍ରିକ୍ସ ବିଜନେସ୍ ଫୋରମର ଲିଡର୍ସ ସେସନ କୁ ସମ୍ବୋଧିତ କରିଥିଲେ । ସମ୍ବୋଧନ ସମୟ ରେ ତିନି ନେତା ଆର୍ଥିକ ସହଯୋଗ ବୃଦ୍ଧି, ସୁରକ୍ଷିତ ବାଣିଜ୍ୟ ପଥ ପ୍ରସ୍ତୁତ କରିବା ଏବଂ ସ୍ଥାନୀୟ ମୁଦ୍ରାର ବ୍ୟାପକ ବ୍ୟବହାର ଉପରେ ଜୋର ଦେଇଥିଲେ। ଡଲାରର ପ୍ରଭୁତ୍ୱ କୁ ଚ୍ୟାଲେଞ୍ଜ କରିବା ନେଇ ଟ୍ରମ୍ପଙ୍କ ସମାଲୋଚନା ପରେ ଏହି ବୟାନ ସାମ୍ନାକୁ ଆସିଛି । ଇରାନ ରାଷ୍ଟ୍ରପତି ମସୁଦ ପେଜେଶ୍କିଆନ ପ୍ରମୁଖ ମୁଦ୍ରା ଉପରେ ନିର୍ଭରଶୀଳତା କମାଇବାକୁ ଜୋରଦାର ସମର୍ଥନ କରିଥିଲେ । ସେ କହିଥିଲେ ଯେ, ବର୍ତ୍ତମାନର ବ୍ୟବସ୍ଥା ସୀମିତ କିଛି ମୁଦ୍ରା ଉପରେ କେନ୍ଦ୍ରିତ ଥିବାରୁ ଏହା ରାଜନୈତିକ ଝଟକା ପ୍ରତି ଅଧିକ ସମ୍ବେଦନଶୀଳ । ତେଣୁ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ବାଣିଜ୍ୟରେ ଜାତୀୟ ମୁଦ୍ରାର ବ୍ୟବହାରକୁ ପ୍ରୋତ୍ସାହନ ଦେବାକୁ ସେ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ, ଏହି ପଦକ୍ଷେପ ପାଇଁ ମୁଦ୍ରାଜନିତ ବିପଦ କୁ ପରିଚାଳନା କରିବା ଏବଂ ପାରସ୍ପରିକ ଅର୍ଥ ନିଷ୍ପତ୍ତି ପାଇଁ ଆବଶ୍ୟକ ସାଧନ ବିକଶିତ କରାଯିବା ଉଚିତ । ଏଥିସହ ସେ ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କକୁ ଅନୁରୋଧ କରିଥିଲେ ଯେ, ସ୍ଥାନୀୟ ମୁଦ୍ରାରେ ଋଣ ପ୍ରଦାନ ଏବଂ ଗ୍ୟାରେଣ୍ଟି ମାଧ୍ୟମରେ ଭିତ୍ତିଭୂମି ଓ ଶକ୍ତି ପ୍ରକଳ୍ପଗୁଡ଼ିକ ପାଇଁ ଅର୍ଥ ଯୋଗାଣର ପ୍ରମୁଖ ମାଧ୍ୟମ ହେଉ, ଯାହାଦ୍ୱାରା ଘରୋଇ ପୁଞ୍ଜିକୁ ଆକର୍ଷିତ କରାଯାଇପାରିବ।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#BRICS #2026
Comments
Post a Comment