ନୈନିତାଲ: ଦୂଷିତ ପାଣି ପିଇ ୨ ଜଣଙ୍କ ମୃତ୍ୟୁ, ୬ ଇଞ୍ଜିନିୟର ନିଲମ୍ବିତ
ନୈନିତାଲ : ଉତ୍ତରାଖଣ୍ଡ ର ନୈନିତାଲ ଜିଲ୍ଲା ଅନ୍ତର୍ଗତ ଜ୍ୟୋଲିକୋଟ ଏବଂ ଏହାର ଆଖପାଖ ଗାଁ ଗୁଡ଼ିକ ରେ ଦୂଷିତ ପାଣି ଯୋଗାଣ ଯୋଗୁଁ ଅନେକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି । ଏହି ଘଟଣା ରେ ୧୬ ବର୍ଷୀୟ ଜଣେ ଛାତ୍ର ଏବଂ ୨୬ ବର୍ଷୀୟ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଛି । ଅବହେଳା ଅଭିଯୋଗ ରେ ୬ ଜଣ ଇଞ୍ଜିନିୟର ଙ୍କୁ ନିଲମ୍ବିତ କରାଯାଇଛି । ପ୍ରଭାବିତ ଅଞ୍ଚଳ ଗୁଡ଼ିକ ରେ ମେଡିକାଲ ଟିମ୍ ନିୟୋଜନ ସହିତ ସ୍ୱାସ୍ଥ୍ୟସେବା ସୁବିଧା ବଢ଼ାଇ ଦିଆଯାଇଛି। ଏହି ଘଟଣା କୁ ଉତ୍ତରାଖଣ୍ଡ ହାଇକୋର୍ଟ ମଧ୍ୟ ଗୁରୁତ୍ୱର ସହ ନେଇଛନ୍ତି। ଅଦାଲତ ପରିଷ୍କାର ପାନୀୟ ଜଳ ଯୋଗାଣ ଏବଂ ପାଣି ପାଇପଲାଇନ୍ଗୁଡ଼ିକ ସମ୍ପର୍କରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#Nainital #UttarakhandNews #ContaminatedWater #BreakingNews #IndiaTV
Comments
Post a Comment