ତିନିଥର ଟାଇପିଂ ପରୀକ୍ଷାରେ ବିଫଳ, କନିଷ୍ଠ ସହାୟକଙ୍କ ପଦାବନତି !

ବରେଲି: ଉତ୍ତରପ୍ରଦେଶ ର ବରେଲି ରେ ମୃତକ ଆଶ୍ରିତ କୋଟା ରେ କନିଷ୍ଠ ସହାୟକ ଭାବେ ନିଯୁକ୍ତ ରେହାନ ଖାନ୍ ତିନିଥର ହିନ୍ଦୀ କମ୍ପ୍ୟୁଟର ଟାଇପିଂ ପରୀକ୍ଷା ରେ ବିଫଳ ହେବା ପରେ ତାଙ୍କୁ ଚତୁର୍ଥ ଶ୍ରେଣୀ ପଦରେ ନିଯୁକ୍ତ କରାଯାଇଛି । ରେହାନ ମୀରଗଞ୍ଜ ତହସିଲରେ କାର୍ଯ୍ୟରତ ଥିଲେ। ରେହାନ ଙ୍କୁ ୫ ଜୁଲାଇ ୨୦୨୧ ରେ ମୃତକ ଆଶ୍ରିତ ଭାବେ କନିଷ୍ଠ ସହାୟକ ପଦରେ ନିଯୁକ୍ତି ମିଳିଥିଲା। ନିୟମ ଅନୁଯାୟୀ ତାଙ୍କୁ ହିନ୍ଦୀ ଟାଇପିଂ ପରୀକ୍ଷା ପାସ୍ କରିବାକୁ ଥିଲା । ୨୫ ସେପ୍ଟେମ୍ବର ୨୦୨୩ ଓ ୨୧ ଜୁନ୍ ୨୦୨୪ରେ ହୋଇଥିବା ପ୍ରଥମ ଦୁଇଟି ପରୀକ୍ଷାରେ ସେ ବିଫଳ ହୋଇଥିଲେ । ୮ ସେପ୍ଟେମ୍ବର ୨୦୨୬ରେ ତୃତୀୟ ତଥା ଶେଷ ସୁଯୋଗରେ ମଧ୍ୟ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିପାରିନଥିଲେ । ଏହାପରେ ସରକାରୀ ନିୟମ ଅନୁଯାୟୀ ବରେଲି ଡିଏମ୍ ୧୬ ସେପ୍ଟେମ୍ବର ରେ ତାଙ୍କୁ ଚତୁର୍ଥ ଶ୍ରେଣୀ ପଦରେ ନିଯୁକ୍ତ କରିବାକୁ ଆଦେଶ ଦେଇଛନ୍ତି । ଏହିପରି ଟାଇପିଂ ପରୀକ୍ଷାରେ ବିଫଳ ଅନ୍ୟ ମୃତକ ଆଶ୍ରିତ କର୍ମଚାରୀ ଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି। ଲକ୍ଷ୍ମୀ ସକ୍ସେନା ଓ ରାହୁଲ କୁମାରଙ୍କୁ ତୃତୀୟ ତଥା ଶେଷ ସୁଯୋଗ ମିଳିଥିବା ବେଳେ ସଞ୍ଚିତ ଚୌଧୁରୀଙ୍କୁ ଦ୍ୱିତୀୟ ସୁଯୋଗ ଦିଆଯାଇଛି। ପରୀକ୍ଷା ପାଇଁ ପ୍ରସ୍ତୁତି ନିମନ୍ତେ ସେମାନଙ୍କୁ ଦୁଇ ମାସ ସମୟ ମିଳିଛି।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 
#BareillyDM #Clerk #Peon #ViralNews #SocialMedia #UPNews #India

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike