ଫେରିଲେ ପୋଲିସ ରେକର୍ଡ ରେ ମୃତ ଯୁବକ !
ବିହାର : ବିହାର ର ମୁଜଫରପୁର ରୁ ଏକ ଅଜବ ଓ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଦେବରିୟା ଥାନା ଅଞ୍ଚଳ ରେ ପ୍ରାୟ ଚାରି ବର୍ଷ ପୂର୍ବେ ଘଟିଥିବା ଏକ ଚର୍ଚ୍ଚିତ ହତ୍ୟାକାଣ୍ଡ ରେ ଏବେ ନାଟକୀୟ ମୋଡ଼ ଆସିଛି । ଯେଉଁ ଯୁବକ ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ନେଇ ପୁଲିସ ରେକର୍ଡ ରେ ଏଫ୍ଆଇଆର୍ ଦାଖଲ ହୋଇଥିଲା, ସେହି ‘ମୃତ’ ସୋନୁ କୁମାର ଚାରି ବର୍ଷ ପରେ ନିଜେ ଜୀବିତ ଓ ସୁସ୍ଥ ଅବସ୍ଥାରେ ଥାନାରେ ପୁଲିସ ସମ୍ମୁଖରେ ହାଜର ହୋଇଛନ୍ତି । ପୁଲିସ ସମ୍ମୁଖ ରେ ଯୁବକ ଜଣକ ଚମକପ୍ରଦ ଖୁଲାସା କରି କହିଛନ୍ତି ଯେ, ନିଜ ପ୍ରେମ ସମ୍ପର୍କକୁ ଲୁଚାଇବା ଏବଂ ଦୁନିଆର ନଜରରୁ ଅଦୃଶ୍ୟ ହୋଇ ରହିବା ପାଇଁ ସେ ନିଜ ହତ୍ୟାର ଏକ ମିଥ୍ୟା କାହାଣୀ ଗଢ଼ିଥିଲେ।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#bihar #FalseFIR
Comments
Post a Comment