ଟ୍ରେନ ରୁ ଚାଦର ଚୋରାଇବାରୁ ମହାଭାରତ !

ଅଧିକାଂଶ ଯାତ୍ରୀ ଟ୍ରେନ୍‌ରେ ଯାତ୍ରା କରିବା ପାଇଁ ଚଢ଼ନ୍ତି, କିନ୍ତୁ କିଛି ଯାତ୍ରୀ ଟିକେଟ୍‌ ମୂଲ୍ୟ ଠାରୁ ଅଧିକ ଲାଭ ଉଠାଇବା ଉଦ୍ଦେଶ୍ୟ ରେ ଚାଦର ଓ ତକିଆ ଚୋରି କରିବା ଭଳି କାର୍ଯ୍ୟ କରିବାକୁ ମଧ୍ୟ ଭୁଲ୍‌ ମନେ କରନ୍ତି ନାହିଁ । ନିକଟରେ ଇଣ୍ଟରନେଟ୍‌ ରେ ସାମ୍ନାକୁ ଆସିଥିବା ଏକ ଭିଡିଓ ରେ, ଚାଦର ଚୋରି କରିବା ପରେ ମଧ୍ୟ ଜଣେ ଦମ୍ପତି ଟ୍ରେନ୍‌ ଆଟେଣ୍ଡାଣ୍ଟ ଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖାଯାଉଛି । ଶିଶୁ କୁ କୋଳରେ ଧରିଥିବା ମହିଳା ଯାତ୍ରୀଜଣକ ଆଟେଣ୍ଡାଣ୍ଟ ଙ୍କୁ ହିଁ ଦୋଷ ଦେଉଥିଲେ। କିନ୍ତୁ ଶେଷରେ ଚାଦରଟି ତାଙ୍କ ନିଜ ଅଟାଚି ରୁ ମିଳିଥିଲା। ଚାଦର ଚୋରି କରିବାର କାରଣ ପଚରାଯିବାରୁ ମହିଳା ଜଣକ କହିଥିଲେ ଯେ, ଟିଟିଇ ତାଙ୍କଠାରୁ ଅତିରିକ୍ତ ଟଙ୍କା ନେଇଥିଲେ । ସେଥିପାଇଁ ସେ ଚାଦରଟି ନେଇଥିଲେ। ଏହା ଶୁଣି ଆଟେଣ୍ଡାଣ୍ଟ ପଚାରିଥିଲେ, “ଚାଦରଟି କ’ଣ ଟିଟିଇଙ୍କ ଘର ର, ଯାହାକୁ ଆପଣ ଚୋରି କରୁଛନ୍ତି?” ଏହାର ଉତ୍ତର ରେ ମହିଳା ଜଣକ କଥା ବଦଳାଇ କହିଥିଲେ, “ଆମେ ଆପଣ ଙ୍କୁ ଚାଦର ଦେଉଛୁ କି ନାହିଁ, ପ୍ରଥମେ ଆପଣ ଏହା କୁହନ୍ତୁ।” ଏଥିରେ ଆଟେଣ୍ଡାଣ୍ଟଙ୍କର ଗୋଟିଏ ପ୍ରଶ୍ନ ଥିଲା, “ତେବେ ବ୍ୟାଗ୍‌ରେ ରଖିଲେ କାହିଁକି?” ଏହି ସମୟରେ ଆଟେଣ୍ଡାଣ୍ଟ ମହିଳାଙ୍କ ସହ ଥିବା ବ୍ୟକ୍ତିଙ୍କୁ ବ୍ୟାଗ୍‌ ଖୋଲିବାକୁ କହିଥିଲେ। କିନ୍ତୁ ମହିଳାଜଣକ କ୍ରମାଗତ ଭାବେ ଏହାକୁ “ଅନାବଶ୍ୟକ ଡ୍ରାମା” ବୋଲି କହୁଥିଲେ। ବ୍ୟାଗ୍‌ ଖୋଲିବା ପରେ ଭିତରୁ ରେଳବାଇର ବାଦାମୀ କାଗଜ ବ୍ୟାଗ୍‌ରେ ପ୍ୟାକ୍‌ ହୋଇଥିବା ଧଳା ଚାଦରଟି ବାହାରିଥିଲା। ଏହା ଦେଖି ଆଟେଣ୍ଡାଣ୍ଟ ଆହୁରି ରାଗିଯାଇ କହିଥିଲେ, “ପଛରେ ଓହ୍ଲାଇ ଏହି କାମ ହିଁ କରନ୍ତି, ନା?”ଏହା ଶୁଣି ମହିଳାଜଣକ ପୁଣି ଆଟେଣ୍ଡାଣ୍ଟଙ୍କ ସହ ଯୁକ୍ତିତର୍କ କରିବାକୁ ଚେଷ୍ଟା କରି କହିଥିଲେ, “ଅନାବଶ୍ୟକ କଥା କୁହନ୍ତୁ ନାହିଁ।”

ତେବେ ପରେ ମହିଳା ଜଣ ଙ୍କ ଚାଦର ଟି ଫେରାଇ ସେଠୁ ଚାଲି ଯାଇଥିଲେ।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#Railway #Bedsheet

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike