ଆସନ୍ତା ଦଶହରା କୁ ବଦଳିବ କୋଲକାତା ପୋଲିସ ର ଡ୍ରେସ !

କୋଲକାତା : ଏଥର ଦୁର୍ଗାପୂଜା ସମୟରେ କୋଲକାତା ର ରାସ୍ତା ରେ ଭିଡ଼ ନିୟନ୍ତ୍ରଣ କରୁଥିବା ପୁଲିସ ର ଗ୍ରାଉଣ୍ଡ୍ ଲେଭେଲ୍ କର୍ମଚାରୀ ଙ୍କ ପୋଷାକ ର ରଙ୍ଗ ବଦଳିବ। ଦଶନ୍ଧି ଧରି ଚାଲିଆସୁଥିବା ଧଳା-ନୀଳ ପୋଷାକ ବଦଳ ରେ ଏଥର ପ୍ରାୟ ୨୦ ହଜାର ଅସ୍ଥାୟୀ ସ୍ୱେଚ୍ଛାସେବୀ ଙ୍କୁ ଭଗବା ରଙ୍ଗ ର ପୋଷାକ ରେ ନିୟୋଜିତ କରାଯିବ। ଏନେଇ କୋଲକାତା ପୁଲିସ ମୁଖ୍ୟାଳୟ ପକ୍ଷରୁ ୮୯ ଲକ୍ଷ ଟଙ୍କାର ଟେଣ୍ଡର ମଧ୍ୟ ଜାରି କରାଯାଇଛି । ଏହି ଅସ୍ଥାୟୀ ସ୍ୱେଚ୍ଛାସେବୀ ମାନେ ତୃତୀୟା ରୁ ଦଶମୀ ପର୍ଯ୍ୟନ୍ତ ଦୁର୍ଗାପୂଜା ସମୟ ରେ ଟ୍ରାଫିକ୍ ଏବଂ ପଥଚାରୀ ଙ୍କ ଯାତାୟାତ ନିୟନ୍ତ୍ରଣରେ ପୁଲିସକୁ ସହଯୋଗ କରିବେ। ଏଥିପାଇଁ ଅସ୍ଥାୟୀ ସ୍ୱେଚ୍ଛାସେବୀ ଙ୍କ ନିମନ୍ତେ ଦୁଇ ପ୍ରକାର ର କେସରିଆ ରଙ୍ଗର ପୋଷାକ ପ୍ରସ୍ତୁତ କରାଯାଉଛି । ଏଥିରେ ୧୨ ହଜାର ଗାଢ଼ କମଳା ଏବଂ ୮ ହଜାର ହାଲୁକା କମଳା ରଙ୍ଗର ପୋଷାକ ରହିବ । ପୋଷାକ ର ସାମ୍ନା ପଟେ ଧଳା ରଙ୍ଗରେ କୋଲକାତା ପୁଲିସର ଲୋଗୋ ରହିବ। ଏହାସହ ସାମ୍ନା ପଟେ ଛୋଟ ଅକ୍ଷରରେ ଏବଂ ପଛ ପଟେ ବଡ଼ ଅକ୍ଷରରେ ‘Kolkata Police Volunteer’ ଲେଖାଯିବ । ସେମାନଙ୍କୁ କମଳା ରଙ୍ଗର ଟୋପି ମଧ୍ୟ ଦିଆଯିବ । ଏହି ଟେଣ୍ଡରର ବୈଷୟିକ ଏବଂ ଆର୍ଥିକ ପ୍ରକ୍ରିୟା ପାଇଁ ବିଡ୍ ଦାଖଲ କରିବାର ଶେଷ ତାରିଖ ସେପ୍ଟେମ୍ବର ୩୦ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ୧.୮ ଲକ୍ଷ ଟଙ୍କାର ଅର୍ନେଷ୍ଟ ମନି ଡିପୋଜିଟ୍ (EMD) ଧାର୍ଯ୍ୟ କରାଯାଇଛି।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#KolkataPolice #Dussera

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike