ମହୁଆ ମୋଇତ୍ର ଙ୍କୁ ଅଣ୍ଡା ମାଡ଼ !
କୋଲକାତା: ପଶ୍ଚିମବଙ୍ଗ ର ନଦିଆ ଜିଲ୍ଲାରେ ତୃଣମୂଳ କଂଗ୍ରେସ (ଟିଏମ୍ସି) ସାଂସଦ ମହୁଆ ମୋଇତ୍ର ଙ୍କୁ ବିରୋଧ ର ସମ୍ମୁଖୀନ ହେବାକୁ ପଡ଼ିଛି । ତେହଟ୍ଟା ଥାନା ଅଧୀନ ନଟନା ଅଞ୍ଚଳ ରେ ଏକ ବୈଠକ ରେ ଯୋଗଦେବାକୁ ପହଞ୍ଚିଥିବା ମହୁଆ ମୋଇତ୍ର ଙ୍କୁ କଥିତ ଭାବେ ବିଜେପି କର୍ମୀ ଓ ସମର୍ଥକ ମାନେ ଘେରାଉ କରିଥିଲେ । ଏହି ସମୟରେ କଳା ପତାକା ପ୍ରଦର୍ଶନ କରାଯିବା ସହ ‘ଗୋ ବ୍ୟାକ୍’ ନାରା ଦିଆଯାଇଥିଲା । ମହୁଆ ମୋଇତ୍ର ଅଭିଯୋଗ କରିଛନ୍ତି ଯେ, ସେ ସେଠାରୁ ବାହାରୁଥିବା ବେଳେ ତାଙ୍କ ଉପରକୁ ଅଣ୍ଡା ଫିଙ୍ଗାଯାଇଥିଲା । ଘଟଣା ପରେ ମହୁଆ ମୋଇତ୍ରା ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ପଶ୍ଚିମବଙ୍ଗ ପୁଲିସକୁ ମଧ୍ୟ ପ୍ରଶ୍ନ କରିଛନ୍ତି । ସେ ଲେଖିଛନ୍ତି ଯେ, ସେ ନିଜ ସଂସଦୀୟ ନିର୍ବାଚନମଣ୍ଡଳୀ ରେ ଏକ ବୈଠକ ପାଇଁ ପହଞ୍ଚିଥିଲେ ଏବଂ ଏ ସମ୍ପର୍କ ରେ ପୁଲିସ କୁ ପୂର୍ବରୁ ଅବଗତ କରାଯାଇଥିଲା । ମହୁଆ ଙ୍କ ଅଭିଯୋଗ ଅନୁସାରେ, ପୁଲିସ ର ସହାୟତା ରେ ବିଜେପି କର୍ମୀ ମାନେ ତାଙ୍କ ଉପର କୁ ଅଣ୍ଡା ଫିଙ୍ଗିଥିଲେ। ସେ ଆହୁରି ଲେଖିଛନ୍ତି ଯେ, ଜଣେ ସ୍ୱାଧୀନତା ସଂଗ୍ରାମୀ ଯେପରି ଗୁଳିର ସମ୍ମୁଖୀନ ହୁଅନ୍ତି, ସେହିପରି ସେ ଏହି ପରିସ୍ଥିତିର ସାମ୍ନା କରିଛନ୍ତି । ପ୍ରକାଶ ଥାଉକି, ୧ ଜୁଲାଇ ୨୦୨୬ରେ ନଦିଆ ର କଲ୍ୟାଣୀଗଞ୍ଜ/ପଲାଶୀ ଅଞ୍ଚଳ ରେ ମହୁଆ ମୋଇତ୍ର ଙ୍କ ଏକ କାର୍ଯ୍ୟକ୍ରମ ସମୟରେ ଅଣ୍ଡା ଓ ପନିପରିବା ଫିଙ୍ଗାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା। ସେତେବେଳେ ମଧ୍ୟ ମହୁଆ ବିଜେପି କର୍ମୀଙ୍କ ଉପରେ ଅଭିଯୋଗ ଆଣିବା ସହ ପୁଲିସ ନିରବ ଦର୍ଶକ ସାଜିଥିବା ଅଭିଯୋଗ କରିଥିଲେ।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#MahuaMoitra #EggHurl
Comments
Post a Comment