ପୋଲିସ ହେପାଜତ ରେ ନାଇଜେରିଆ ରେ ୩୬ ଶ୍ରମିକ ଙ୍କ ମୃତ୍ୟୁ !
ନାଇଜେରିଆ : ନାଇଜେରିଆ ରେ ଅବୈଧ ଖଣି ଖନନ ବିରୋଧୀ କାର୍ଯ୍ୟାନୁଷ୍ଠାନ ପରେ ୩୭ ଜଣ ଙ୍କ ପୋଲିସ ହେପାଜତରେ ମୃତ୍ୟୁ !
ନାଇଜେରିଆ ର ନାଇଜର ଷ୍ଟେଟ୍bରେ ଅବୈଧ ଖଣି ଖନନ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ପରେ ହେପାଜତରେ ରଖାଯାଇଥିବା ଦଶାଧିକ ଲୋକଙ୍କ ମୃତ୍ୟୁକୁ ନେଇ ଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠିଛି । ପ୍ରାଥମିକ ଭାବେ ସମ୍ଭାବ୍ୟ ରୋଗ ଯୋଗୁଁ ମୃତ୍ୟୁ ହୋଇଥିବା ଅଧିକାରୀମାନେ କହିଥିବା ବେଳେ, ଘଟଣା ରୁ ବଞ୍ଚିଥିବା ଜଣେ ବ୍ୟକ୍ତି ଅତ୍ୟନ୍ତ ସଂକୀର୍ଣ୍ଣ ଏବଂ ବାୟୁ ଚଳାଚଳର ସୁବିଧା ନଥିବା କୋଠରୀ ରେ ଲୋକମାନଙ୍କୁ ରଖାଯାଇଥିବା ଅଭିଯୋଗ କରିଛନ୍ତି।
ନାଇଜେରିଆର ମଧ୍ୟ ଅଞ୍ଚଳରେ ଥିବା ନାଇଜର ଷ୍ଟେଟ୍nରେ ଅତି କମରେ ୩୭ ଜଣ ସନ୍ଦିଗ୍ଧ ଅବୈଧ ଖଣି ଶ୍ରମିକbଙ୍କ ହେପାଜତ ରେ ମୃତ୍ୟୁ ହୋଇଥିବା ଖବର ମିଳିଛି । ସେମାନେ ନାଇଜେରିଆ ସିକ୍ୟୁରିଟି ଆଣ୍ଡ ସିଭିଲ୍ ଡିଫେନ୍ସ କର୍ପସ୍ (NSCDC) ର ହେପାଜତରେ ଥିଲେ। ଅଧିକାରୀ ଙ୍କ ଅନୁସାରେ, ସେପ୍ଟେମ୍ବର ୧୫ ଓ ୧୬ ତାରିଖ ରେ ଅବୈଧ ଖଣି ଖନନ ବିରୋଧରେ ଚାଲିଥିବା ଅଭିଯାନ ସମୟରେ ସେମାନଙ୍କୁ ଗିରଫ କରାଯାଇଥିଲା।
NSCDC ର ନାଇଜର ଷ୍ଟେଟ୍ ମୁଖ୍ୟ ସୁବେରୁ ସିଆକା ଅନିୱିଏ ପ୍ରାଥମିକ ଭାବେ ଏକ ସମ୍ଭାବ୍ୟ ରୋଗ ବ୍ୟାପିବା ଯୋଗୁଁ ମୃତ୍ୟୁ ହୋଇଥିବା ଆଶଙ୍କା ପ୍ରକାଶ କରିଥିଲେ । ତେବେ ଜାତୀୟ ସ୍ତରରେ NSCDC ସ୍ପଷ୍ଟ କରିଛି ଯେ କୌଣସି ନିର୍ଦ୍ଦିଷ୍ଟ ରୋଗ କୁ ମୃତ୍ୟୁର କାରଣ ବୋଲି କହିବା ଏବେ ଠିକ୍ ହେବ ନାହିଁ। ମୃତଦେହ ଗୁଡ଼ିକୁ ମିନ୍ନା ଜେନେରାଲ୍ ହସ୍ପିଟାଲ୍କୁ ପଠାଯାଇଛି । ସେଠାରେ ଡାକ୍ତରୀ ପରୀକ୍ଷା ମାଧ୍ୟମରେ ମୃତ୍ୟୁର ପ୍ରକୃତ କାରଣ ଜାଣିବାକୁ ପ୍ରକ୍ରିୟା ଚାଲିଛି । ଘଟଣା ରୁ ବଞ୍ଚିଥିବା ଦାଉଦା ଶେହୁ ପ୍ରେସ୍କୁ କହିଛନ୍ତି ଯେ ପ୍ରାୟ ୬୫ ଜଣ ଙ୍କୁ ଏକ ଏଭଳି କୋଠରୀରେ ରଖାଯାଇଥିଲା, ଯେଉଁଠାରେ ଜାଗା ଅତ୍ୟନ୍ତ କମ୍ ଥିଲା ଏବଂ ପର୍ଯ୍ୟାପ୍ତ ବାୟୁ ଚଳାଚଳ ବ୍ୟବସ୍ଥା ନଥିଲା । ତାଙ୍କ କହିବା ଅନୁସାରେ, ହଠାତ୍ ଲୋକମାନଙ୍କୁ ଶ୍ୱାସ ନେବାରେ ସମସ୍ୟା ହୋଇଥିଲା। ଏହାପରେ କଏଦୀ ମାନେ ବାହାରେ ଥିବା ସୁରକ୍ଷାକର୍ମୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ କବାଟ ବାଡ଼େଇଥିଲେ । ତାଙ୍କ ଏହି ବୟାନ ଅଧିକାରୀ ମାନଙ୍କ ପ୍ରାଥମିକ ରୋଗ ସମ୍ପର୍କିତ ଆଶଙ୍କାକୁ ନେଇ ନୂଆ ପ୍ରଶ୍ନ ସୃଷ୍ଟି କରିଛି।
ଘଟଣା ରେ ମୃତକଙ୍କ ପରିବାର ମଧ୍ୟ ଜବାବ ଦାବି କରିଛନ୍ତି। ଶଫାତୁ ସୁଲେମାନ କହିଛନ୍ତି ଯେ ଏହି ଘଟଣାରେ ତାଙ୍କ ଦୁଇ ପୁଅଙ୍କ ମୃତ୍ୟୁ ହୋଇଛି। ସେ ସରକାରଙ୍କୁ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଅପିଲ୍ କରିଛନ୍ତି। ନାଇଜର ଷ୍ଟେଟ୍ର ଗଭର୍ଣ୍ଣର ମହମ୍ମଦ ଉମାରୁ ବାଗୋ ତିନି ଦିନିଆ ଶୋକ ଘୋଷଣା କରିଛନ୍ତି। ଘଟଣା ର ଗମ୍ଭୀରତାକୁ ଦୃଷ୍ଟିରେ ରଖି ନାଇଜର ଷ୍ଟେଟ୍ ପୁଲିସ୍ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ NSCDCର କମାଣ୍ଡାଣ୍ଟ ଜେନେରାଲ୍ ଅହମଦ ଅବୁବକର ଅୌଡି ଏକ ଉଚ୍ଚସ୍ତରୀୟ ତଦନ୍ତ ଟିମ୍ ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତକାରୀ ଟିମ୍ ଗିରଫ ହୋଇଥିବା ଲୋକମାନଙ୍କ ଶାରୀରିକ ସ୍ଥିତି, ସେମାନଙ୍କୁ କେତେ ସମୟ ଧରି ହେପାଜତ ରେ ରଖାଯାଇଥିଲା, ହେପାଜତର ପରିସ୍ଥିତି କିପରି ଥିଲା ଏବଂ ସେମାନଙ୍କୁ ଆବଶ୍ୟକ ଚିକିତ୍ସା ସହାୟତା ମିଳିଥିଲା କି ନାହିଁ, ସେସବୁ ଯାଞ୍ଚ କରିବ। ନାଇଜେରିଆ ରେ ଅବୈଧ ଖଣି ଖନନ କେବଳ ରାଜସ୍ୱ ଓ ପରିବେଶ ସମ୍ପର୍କିତ ସମସ୍ୟା ନୁହେଁ। ବିଶେଷଜ୍ଞଙ୍କ ଅନୁସାରେ, ଦେଶର ଉତ୍ତର-ମଧ୍ୟ ଓ ଉତ୍ତର-ପଶ୍ଚିମ ଅଞ୍ଚଳରେ ଏହି ବେଆଇନ କାରବାରର ସମ୍ପର୍କ ସଶସ୍ତ୍ର ଗ୍ୟାଙ୍ଗ୍ ଏବଂ ମୁକ୍ତିପଣ ପାଇଁ ଅପହରଣ ସହ ମଧ୍ୟ ରହିଛି। ନାଇଜର ଷ୍ଟେଟ୍ ଖଣିଜ ସମ୍ପଦରେ ସମୃଦ୍ଧ। ଏଠାରେ ସୁନା ସହିତ ଟାଣ୍ଟାଲାଇଟ୍, ତମ୍ବା ଓ ଲିଥିୟମ୍ ଭଳି ଖଣିଜ ମଧ୍ୟ ମିଳିଥାଏ।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#Naijeria #36LabourDead #InCustody
Comments
Post a Comment