ହୁତି ମାନ ଙ୍କ ଶକ୍ତି ପାଲଟିଛି ଟୟୋଟା ମିନି ଟ୍ରକ ! ୟେମେନ ରେ ହୂତି ବଢୁଛି ବିଦ୍ରୋହୀ ଙ୍କ ଦବଦବା ! ବଢ଼ୁଛି ସାମରିକ ଶକ୍ତି !

ୟେମେନ : ୟେମେନ ର ହୁତି ବିଦ୍ରୋହୀ ଗୋଷ୍ଠୀ ଦ୍ରୁତ ଗତିରେ ନିଜ ପ୍ରଭାବ ବଢ଼ାଇବା ସହ ବିଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ ବାବ୍ ଅଲ୍-ମାନ୍ଦେବ୍ ପ୍ରଣାଳୀ ଉପରେ ନିଜର ପ୍ରଭାବ ବଢ଼ାଇଛି । ଏହା ଫଳ ରେ ହୂତି ମିଲିସିଆ  ଙ୍କ ପ୍ରଭାବ ରେ ଥିବା ଅଞ୍ଚଳ ଏବେ ଏକ ପ୍ରଭାବଶାଳୀ ଆଞ୍ଚଳିକ ଶକ୍ତିରେ ପରିଣତ ହୋଇଛି । ଇରାନ ର ସମର୍ଥନ ଯୋଗୁଁ ହୂତି ମାନେ ନିଜର ସାମରିକ କ୍ଷମତା ବଢ଼ାଇଥିବା ବେଳେ ବିଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଜାହାଜ ଚଳାଚଳ ମାର୍ଗକୁ ମଧ୍ୟ ନିଜ କବ୍ଜା କୁ ନେଇଛନ୍ତି । ଏହି ସମୟ ରେ ପଡ଼ୋଶୀ ସାଉଦି ଆରବ ଉପରେ ହୂତି ବିଦ୍ରୋହୀ ଙ୍କ ଆକ୍ରମଣ ମଧ୍ୟ ତୀବ୍ର ହୋଇଛି । ଜାତିସଂଘ ମଧ୍ୟ ହୂତି ମାନ ଙ୍କ କାର୍ଯ୍ୟକଳାପ କୁ ନେଇ ନିନ୍ଦା କରିଛି । ସାଉଦି ଆରବ ର ତୈଳ ଓ ଗ୍ୟାସ୍ ପ୍ରତିଷ୍ଠାନ ଗୁଡ଼ିକ ହୂତି ଙ୍କ ଟାର୍ଗେଟ ରେ ଥିବା ଜଣା ପଡିଛି । ତେବେ ଏବେ ଏକ ରିପୋର୍ଟ ଚିନ୍ତା ବଢ଼ାଇଛି। ହୁତି ବିଦ୍ରୋହୀ ମାନେ ବହୁ ସଂଖ୍ୟା ରେ ଦ୍ରୁତ ଗତିରେ ଏବଂ ସବୁ ପରିବେଶ ରେ ଯୁଧ୍ୟାସ୍ତ୍ର ବୋହୁଥିବା ଟୟୋଟା ପିକ୍‌ଅପ୍ ଟ୍ରକ୍ କିଣୁଥିବା ଜଣାପଡ଼ିଛି। ମରୁଭୂମି ଅଞ୍ଚଳରେ ଯୁଦ୍ଧ ସମୟରେ ଏହି ଗାଡ଼ିଗୁଡ଼ିକ ହୁଥିମାନଙ୍କୁ ଗତିଶୀଳତା ଓ ସାମରିକ ସୁବିଧା ପ୍ରଦାନ କରିପାରେ। ଏହା ସାଉଦି ଆରବ କିମ୍ବା ଅନ୍ୟ କୌଣସି ପକ୍ଷ ସହ ସମ୍ଭାବ୍ୟ ସଂଘର୍ଷରେ ସେମାନଙ୍କୁ ଅତିରିକ୍ତ ରଣନୈତିକ ସୁବିଧା ଦେଇପାରେ।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 
#YemenConflict #HouthiRebels

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike