ହୂତି ଯୋଦ୍ଧା ମାନ ଙ୍କ ର ଗାଲ ଫୁଲିଥାଏ କାହିଁକି ?
ସନା: ହାତରେ AK-47 ରାଇଫଲ୍ ଏବଂ ପାଟିର ଗୋଟିଏ ପାର୍ଶ୍ୱରେ ବେଲୁନ୍ ଭଳି ଫୁଲିଥିବା ଗାଲ ! ୟେମେନ ର ହୁତି ଯୋଦ୍ଧା ମାନ ଙ୍କର ପ୍ରାୟ ପ୍ରତ୍ୟେକ ଫଟୋ ରେ ସେମାନଙ୍କର ଗାଲ ଫୁଲିଥିବା ଦେଖିବାକୁ ମିଳେ । କିନ୍ତୁ ଆପଣ କେବେ ଭାବିଛନ୍ତି କି, ଯୁଦ୍ଧକ୍ଷେତ୍ର ଠାରୁ ଆରମ୍ଭ କରି ରାଜଧାନୀ ସନାର ରାସ୍ତା ପର୍ଯ୍ୟନ୍ତ ୟେମେନ ର ପୁରୁଷମାନଙ୍କ ର ଗାଲ ସବୁବେଳେ ଗୋଟିଏ ପାର୍ଶ୍ୱରୁ ଏତେ ଫୁଲି ରହିଥାଏ କାହିଁକି ? ଏହା କୌଣସି ଶାରୀରିକ ଗଠନ କିମ୍ବା ସଂଯୋଗ ନୁହେଁ, ବରଂ ଏକ ଗଭୀର ଜାତୀୟ ନିଶାସକ୍ତିର ପରିଣାମ । ଏହି ଅଭ୍ୟାସ ୟେମେନ ର ପ୍ରାୟ ୯୦ ପ୍ରତିଶତ ବୟସ୍କ ଜନସଂଖ୍ୟା କୁ ନିଜ କବଳ ରେ ନେଇଛି ବୋଲି କୁହାଯାଏ । ଅପରାହ୍ନ ହେବା ମାତ୍ରେ ସାରା ଦେଶର ଲୋକେ ଏକ ବିଶେଷ ପ୍ରକାରର ପତ୍ର ଚୋବାଇବାରେ ବ୍ୟସ୍ତ ହୋଇଯାଆନ୍ତି । କିନ୍ତୁ ଚିନ୍ତାର ବିଷୟ ହେଉଛି, ପାଟିରେ ରଖାଯାଉଥିବା ଏହି ‘ସବୁଜ ପତ୍ର’ କେବଳ ୟେମେନ ବାସୀଙ୍କ ମସ୍ତିଷ୍କ ଉପରେ ପ୍ରଭାବ ପକାଉନାହିଁ, ବରଂ ସମଗ୍ର ଦେଶକୁ ଭୟଙ୍କର ଜଳ ସଙ୍କଟ ଏବଂ ବିପର୍ଯ୍ୟୟ ଆଡ଼କୁ ଠେଲି ଦେଉଛି । ଅପରାହ୍ନ ୪ଟା ସୁଦ୍ଧା ସନାର ରାସ୍ତାରେ ଘୂରୁଥିବା ଅଧିକାଂଶ ପୁରୁଷ ନିଶାଗ୍ରସ୍ତ ଥାଆନ୍ତି କିମ୍ବା ନିଶା କରିବାକୁ ପ୍ରସ୍ତୁତ ହେଉଥାଆନ୍ତି । ଏହି ନିଶା କୌଣସି କାରଖାନା ରେ ପ୍ରସ୍ତୁତ ଡ୍ରଗ୍ସ ଯୋଗୁଁ ନୁହେଁ, ବରଂ ‘ଖତ୍’ ନାମକ ଏକ ଉଦ୍ଭିଦର ପତ୍ର ଯୋଗୁଁ ହୋଇଥାଏ । ବାସ୍ତବ ରେ, ଖତ୍ ଏକ ପ୍ରକାର ଗୁଳ୍ମଜାତୀୟ ଉଦ୍ଭିଦ । ଏହାର କୋମଳ ପତ୍ରରେ ଏପରି ଏକ ରାସାୟନିକ ଯୌଗିକ ରହିଛି, ଯାହାର ପ୍ରଭାବ ଆମ୍ଫେଟାମାଇନ୍ ଭଳି ହୋଇଥାଏ । ଆରବ ଉପଦ୍ୱୀପ ଏବଂ ଆଫ୍ରିକା ର ହର୍ଣ୍ଣ ଅଫ୍ ଆଫ୍ରିକା ଅଞ୍ଚଳର ଅନେକ ଦେଶ ରେ ଖତ୍ ଲୋକପ୍ରିୟ । କିନ୍ତୁ ୟେମେନ ରେ ଏହା ଏକ ବଡ଼ ଜାତୀୟ ନିଶାର ରୂପ ନେଇଛି । ଅନୁମାନ ଅନୁସାରେ, ୟେମେନ ରେ ପ୍ରାୟ ୯୦ ପ୍ରତିଶତ ପୁରୁଷ ଏବଂ ପ୍ରତି ୪ ଜଣ ମହିଳା ଙ୍କ ମଧ୍ୟରୁ ଜଣେ ଖତ୍ ପତ୍ର ଚୋବାଇଥାଆନ୍ତି। ସେମାନେ ଗାଲ ଭିତରେ ପତ୍ରଗୁଡ଼ିକ ର ଏକ ଗୁଚ୍ଛ ରଖି ଦିଅନ୍ତି । ଧୀରେ ଧୀରେ ଖତ୍ ଲାଳରେ ମିଶି ରକ୍ତରେ ପ୍ରବେଶ କରେ। ୟେମେନ ର ପ୍ରାଚୀନ ରାଜଧାନୀ କୁ ଆସୁଥିବା କୌଣସି ବ୍ୟକ୍ତି ଏହି ଦୃଶ୍ୟ ନଦେଖି ରହିପାରିବେ ନାହିଁ। ପ୍ରାୟ ସମଗ୍ର ବୟସ୍କ ଜନସଂଖ୍ୟାର ଗାଲ ପତ୍ରର ଗୁଚ୍ଛ ଯୋଗୁଁ ଫୁଲି ରହିଥାଏ । ସେମାନେ ଯେଉଁଠାରେ ଯାଆନ୍ତି, ସେଠାରେ ଚୋବାଇ ସାରିଥିବା ପତ୍ର ଏବଂ ଡାଳିର ସବୁଜ ଟୁକୁଡ଼ା ଛାଡ଼ି ଯାଆନ୍ତି । ଖତ୍ର ଅନେକ ଶୌକୀନଙ୍କ ପାଇଁ ଏହା ସାମାଜିକ ସମ୍ପର୍କ ବଢ଼ାଇବାର ଏକ ମାଧ୍ୟମ। ପଶ୍ଚିମ ଦେଶଗୁଡ଼ିକରେ କଫି କିମ୍ବା ମଦ୍ୟପାନ ଯେପରି ସାମାଜିକ ମିଳାମିଶାର ଏକ ଅଂଶ, ସେହିପରି ୟେମେନରେ ଖତ୍ ଚୋବାଇବା ମଧ୍ୟ ଏକ ସାମାଜିକ ପରମ୍ପରା ଭଳି ହୋଇଯାଇଛି । ଖତ୍ ଚାଷରେ ବହୁ ପରିମାଣରେ ପାଣି ବ୍ୟବହାର ହୁଏ । ଏହା ଦେଶରେ ଜଳ ସଙ୍କଟ ସୃଷ୍ଟି କରିବାର ଏକ ପ୍ରମୁଖ କାରଣ ପାଲଟିଛି।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#Yemen #Hutiwarrier
Comments
Post a Comment