ବୃଦ୍ଧ ବୟସ ରେ ଛାଡ଼ପତ୍ର ! ପତ୍ର ଝଡ଼ା ବୈଶାଖ ର ଠିକ ନିଛାଟିଆ ଖରାବେଳ ପରି !
ଗୁଜୁରାଟ : ଗୁଜରାଟ ହାଇକୋର୍ଟ ୬୭ ବର୍ଷୀୟ ଜଣେ ବ୍ୟକ୍ତି ଙ୍କୁ ଛାଡ଼ପତ୍ର ପ୍ରଦାନ କରିଛନ୍ତି । କୋର୍ଟ ଜାଣିବାକୁ ପାଇଛନ୍ତି ଯେ, ସେ ଏବଂ ତାଙ୍କ ୬୫ ବର୍ଷୀୟ ପତ୍ନୀ ୧୯୯୨ ମସିହା ରୁ ଅଲଗା ରହୁଥିଲେ। ୪୪ ବର୍ଷ ପୂର୍ବେ ପତ୍ନୀ ତାଙ୍କ ଭାଇ ଙ୍କ ଜନ୍ମଦିନ ରେ ଯୋଗଦେବା ପାଇଁ ଘରୁ ଯାଇଥିଲେ, କିନ୍ତୁ ଆଉ ଘରକୁ ଫେରିନଥିଲେ । କୋର୍ଟ କହିଛନ୍ତି ଯେ, ସ୍ୱାମୀ କୌଣସି ଠୋସ୍ କାରଣ ନଥାଇ ପତ୍ନୀ ତାଙ୍କୁ ଛାଡ଼ି ଚାଲିଯାଇଥିବା ପ୍ରମାଣ କରିପାରିଛନ୍ତି । ତେବେ ପତ୍ନୀଙ୍କ ର ନିଜସ୍ୱ ଆୟର କୌଣସି ଉତ୍ସ ନଥିବା ଏବଂ ଜୀବନଯାପନ ପାଇଁ ସେ ଭରଣପୋଷଣ ରାଶି ଉପରେ ନିର୍ଭରଶୀଳ ଥିବାରୁ, କୋର୍ଟ ତାଙ୍କ ମାସିକ ସ୍ଥାୟୀ ଭରଣପୋଷଣ ରାଶି ୧୨,୦୦୦ ଟଙ୍କାରୁ ବଢ଼ାଇ ୨୦,୦୦୦ ଟଙ୍କା କରିଛନ୍ତି । ଏହି ଦମ୍ପତି ଙ୍କ ବିବାହ ୧୯୮୯ ମସିହାରେ ହୋଇଥିଲା ଏବଂ ସେମାନଙ୍କର ଦୁଇଜଣ ପୁଅ ଅଛନ୍ତି। ଜଷ୍ଟିସ୍ ଇଲେଶ ଜେ. ଭୋରା ଏବଂ ଆର୍.ଟି. ବଚାନୀ ଙ୍କ ଖଣ୍ଡପୀଠ ଜାଣିବାକୁ ପାଇଥିଲେ ଯେ, ଫ୍ୟାମିଲି କୋର୍ଟ ୨୦୧୫ ମସିହା ରେ ସ୍ୱାମୀଙ୍କ ଛାଡ଼ପତ୍ର ଆବେଦନକୁ ଖାରଜ କରିଥିଲେ । ଏହା ସତ୍ତ୍ୱେ ଦମ୍ପତି ଦଶନ୍ଧି ଧରି ଅଲଗା ରହିଆସୁଥିଲେ । ତେବେ ସ୍ୱାମୀ ରାଜି ହୋଇଛନ୍ତି ଯେ, ତାଙ୍କ ପେନସନ୍ ଏବଂ ଅବସର ସମ୍ବନ୍ଧୀୟ ଅନ୍ୟାନ୍ୟ ସୁବିଧାରେ ତାଙ୍କ ପତ୍ନୀ ଏକମାତ୍ର ନୋମିନୀ ଭାବେ ରହିବେ।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#Gujurat #DivorcetOldage
Comments
Post a Comment