ମଧ୍ୟପ୍ରଦେଶ ରେ ମାଟି ଖୋଲିଲେ ମିଳୁଛି ହୀରା !
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ହୀରା ସମୃଦ୍ଧ ପନ୍ନା ଜିଲ୍ଲାରେ ପରିଶ୍ରମୀ ଚାଷୀଙ୍କ ଭାଗ୍ୟ ପୁଣିଥରେ ଚମକିଛି । ବଦ୍ରୀ ପଟେଲ ଓ ତାଙ୍କ ୫ ଜଣ ସହଯୋଗୀ ଙ୍କୁ ପାତି ଅଞ୍ଚଳର ଏକ ଖଣିରୁ ୪.୭୦ କ୍ୟାରେଟ୍ର ଉଚ୍ଚମାନର ହୀରା ମିଳିଛି । ଏହି ହୀରାର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି ।ସମ୍ପୃକ୍ତ ଦଳ ମାତ୍ର ୧୫ ରୁ ୨୦ ଦିନ ପୂର୍ବରୁ ଏହି ଖଣିରେ ଖନନ କାମ ଆରମ୍ଭ କରିଥିଲେ।ଲଗାତାର ଖନନ ପରେ ସେମାନଙ୍କୁ ଏକ ଚମକୁଥିବା ପଥର ମିଳିଥିଲା। ପରେ ଯାଞ୍ଚ କରାଯିବାରୁ ଏହା ଉଚ୍ଚମାନର ହୀରା ବୋଲି ନିଶ୍ଚିତ ହୋଇଥିଲା । ହୀରା ମିଳିବା ପରେ ସମସ୍ତ ସହଯୋଗୀ ଙ୍କ ପରିବାରରେ ଖୁସିର ମାହୋଲ ଖେଳିଯାଇଛି ।ହୀରା ମିଳିବା ପରେ ବଦ୍ରୀ ପଟେଲ ଓ ତାଙ୍କ ସହଯୋଗୀମାନେ ନିୟମ ଅନୁଯାୟୀ ଏହାକୁ ଡାଏମଣ୍ଡ ଅଫିସ ରେ ଜମା କରିଛନ୍ତି । ଅଧିକାରୀ ମାନେ ହୀରାର ଆବଶ୍ୟକ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଥିବା ସ୍ପଷ୍ଟ କରିଛନ୍ତି । ଏହାକୁ ଆଗାମୀ ନିଲାମରେ ସାମିଲ କରାଯିବ ।ନିଲାମ ପରେ ହୀରା ର ପ୍ରକୃତ ମୂଲ୍ୟ ନିର୍ଦ୍ଧାରିତ ହେବ । ଏହାପରେ ନିୟମ ଅନୁଯାୟୀ ମିଳିଥିବା ଅର୍ଥକୁ ହୀରାର ମାଲିକ ମାନଙ୍କ ମଧ୍ୟରେ ବଣ୍ଟନ କରାଯିବ। ଖୁସି ପ୍ରକାଶ କରି ବଦ୍ରୀ ପଟେଲ କହିଛନ୍ତି ଯେ, ଭଗବାନ ଙ୍କ କୃପା ରୁ ତାଙ୍କ ପରିଶ୍ରମର ଫଳ ନିଶ୍ଚିତ ମିଳିବ ବୋଲି ତାଙ୍କର ବିଶ୍ୱାସ ଥିଲା। ନିଜ ଭାଗରେ ମିଳିବାକୁ ଥିବା ଟଙ୍କାରେ ସେ ଏକ ନୂଆ ଘର ତିଆରି କରିବାକୁ ଯୋଜନା କରିଛନ୍ତି।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#Panna #MadhyaPradesh #Diamond #PannaDiamond
Comments
Post a Comment