ପ୍ରଧାନମନ୍ତ୍ରୀ ଙ୍କୁ ଅଶ୍ଳୀଳ ଇଙ୍ଗିତ ଘଟଣା ରେ ରାକ୍ଷୀ ଙ୍କୁ ଧୋଇ ଦେଲେ କଙ୍ଗନା !
ମୁମ୍ବାଇ : ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତ, ସ୍ମୃତି ଇରାନୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ନିଜକୁ ନେଇ ବିବାଦୀୟ ମନ୍ତବ୍ୟ କରିଥିବା ରାଖୀ ସାୱନ୍ତ ଙ୍କୁ କଡ଼ା ଜବାବ ଦେଇଛନ୍ତି । ନିକଟ ରେ ଏକ ପୋଡକାଷ୍ଟ ରେ ରାଖୀ କଙ୍ଗନା ଏବଂ ସ୍ମୃତି ଇରାନୀ ଙ୍କ ବିଷୟ ରେ ଅଶାଳୀନ ମନ୍ତବ୍ୟ କରିଥିଲେ। ରାଖୀ କହିଥିଲେ ଯେ, କଙ୍ଗନା ରଣାୱତ ଏବଂ ସ୍ମୃତି ଇରାନୀ ପ୍ରଧାନମନ୍ତ୍ରୀ ମୋଦୀ ଙ୍କୁ ଯାହା ଦେଇଛନ୍ତି, ସେ ମଧ୍ୟ ତାଙ୍କୁ ସେସବୁ “ଦେଇପାରିବେ”। ତେବେ ଏହାର ଜବାବ ରେ କଙ୍ଗନା ନିଜ ଇନଷ୍ଟାଗ୍ରାମ ଷ୍ଟୋରି ରେ ଏକ ନୋଟ୍ ସେୟାର କରିଥିଲେ । ସେ ଲେଖିଥିଲେ, “କେବଳ ସେ ନୁହେଁ, ଅଧିକାଂଶ ବିଫଳ ଏବଂ ଦୂଷିତ ମନୋଭାବ ର ଲୋକେ ନିଜର ଈର୍ଷା, ବିଫଳତା ଓ ଅହଂକାର କୁ ଯଥାର୍ଥ ପ୍ରମାଣ କରିବା ପାଇଁ ସଫଳ ମହିଳା ଙ୍କ ଚରିତ୍ର ହନନ କରିବାକୁ ଶୀଘ୍ର ଆଗେଇ ଆସନ୍ତି । କିନ୍ତୁ ଏବେ ସମୟ ଆସିଛି, ଆମେ ଏପରି ବାରମ୍ବାର ଏବଂ ଜାଣିଶୁଣି କରାଯାଉଥିବା ଆକ୍ରମଣ ଓ ସାର୍ବଜନୀନ ଚରିତ୍ର ହନନ ଆଗରେ ଦୁର୍ବଳ ହେବା ବନ୍ଦ କରିବା।”
ସେ ମହିଳାମାନଙ୍କୁ ଏପରି କଥାରେ ଅପମାନିତ କିମ୍ବା ଆହତ ଅନୁଭବ ନକରିବାକୁ ଏବଂ ବାରମ୍ବାର ସଫେଇ ଦେବା ବନ୍ଦ କରିବାକୁ ମଧ୍ୟ ଅପିଲ୍ କରିଥିଲେ । ଏହାପରେ କଙ୍ଗନା ରାଖୀ ଙ୍କୁ ସିଧାସଳଖ ଟାର୍ଗେଟ୍ କରି ଲେଖିଥିଲେ, “ତେଣୁ ହଁ, ମୋର ପ୍ରିୟମାନେ ! ତୁମେ ମଧ୍ୟ ସଫଳତା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ, କିନ୍ତୁ ଜାଣିଛ କି? ଦୁର୍ଭାଗ୍ୟବଶତଃ, କାହାରି ମଧ୍ୟ ତୁମଠାରୁ କିଛି ଆବଶ୍ୟକତା ନାହିଁ।”କଙ୍ଗନା ଆହୁରି ଲେଖିଥିଲେ, “ମନେ ରଖ, ତୁମର ସମସ୍ତ ଉପକାର କୁ ଏକାଠି କଲେ ମଧ୍ୟ ତୁମକୁ ସଫେଇ କର୍ମଚାରୀଙ୍କ ଚାକିରି ମିଳିପାରନ୍ତା ନାହିଁ। ସେଥିପାଇଁ ମଧ୍ୟ କିଛି ଯୋଗ୍ୟତା ଓ ଦକ୍ଷତା ଆବଶ୍ୟକ। ତେଣୁ ନିଶ୍ଚିନ୍ତ ରୁହ, ଉପକାର କର କିମ୍ବା ନକର, ତୁମେ କେଉଁଠି ମଧ୍ୟ ପହଞ୍ଚିପାରିବ ନାହିଁ। ତେଣୁ ବସିଯାଅ, ମୋର ରିଲ୍ସ ଦେଖ ଏବଂ କାନ୍ଦୁଥାଅ।”
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#PMO #Rakhisaswant #KanganaRanawat
Comments
Post a Comment