ଗଞ୍ଜାମ ଜିଲ୍ଲା ଧରାକୋଟ ରେ କବାଟ ତାଡି ଚୋରି !

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ  ଜଗମୋହନ ପଞ୍ଚାୟତ ର   ନନ୍ଦିଘୋର ଗ୍ରାମ ରେ ବାଡ଼ି ପଟ କବାଟ ଭାଙ୍ଗି ଚୋରୀ କରିଛନ୍ତି ଦୁର୍ବୁତ୍ତ I ଘରେ କେହି ନଥିବା ସୁଯୋଗ ନେଇ ଘରପଛ କବାଟ ଭାଙ୍ଗି ଗ୍ରାମର ସଦାନନ୍ଦ ପତି ନାମକ ଜଣେ ବ୍ୟକ୍ତିଙ୍କ ଘରୁ ତିନି ଭରି ସୁନା ,କୋଡ଼ିଏ ଭରି ରୂପା ଓ ନଗଦ ୭୫ ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ସୂଚନା ଅନୁସା ରେ ସଦାନନ୍ଦ ପତି ତାଙ୍କ ପରିବାର ସହ ତିନି ଦିନ ହେଲା ନିଜ ଶଶୁର ଘର କୁ ଯାଇଥିଲେ l ଘରେ କେହି ନଥିବାର ସୁଯୋଗ ନେଇ ଚୋର ମାନେ ଘର ପଛ କବାଟ ଭାଙ୍ଗି ଘର ଭିତରେ ଥିବା ଆଲମାରୀ ରୁ ୨ ଭରିର ରାଣୀହାର,ଏକ ଭରି ଓଜନର ମଙ୍ଗଳ ସୁତ୍ର ସମେତ ୨୦ ଭରିର ରୂପା ଅଳଙ୍କାର,ନଗଦ ୭୫ ହଜାର ଟଙ୍କା ଘରର ଅନ୍ୟାନ୍ୟ ଦାମୀ ଆସବା ପତ୍ର ଚୋରି କରି ନେଇଯାଇଛନ୍ତି l ସକାଳୁ ଘର କବାଟ ଖୋଲା ରହିଥିବା ନେଇ ପଡୋଶୀ ଘର  ଲୋକେ ଖବର ଦେବା ପରେ ସଦାନନ୍ଦ ପତି ଓ ତାଙ୍କ ପରିବାରର ଲୋକେ ଘରକୁ ଫେରି ଥିଲେ l ଘରୁ ଚୋରି ହୋଇଥିବା ନେଇ  ଜାଣିବା ପରେ ଧରାକୋଟ ଥାନା ଲିଖିତ ଅଭିଯୋଗ କରିଛନ୍ତି l ଘଟଣା ସ୍ଥଳରେ ଧରାକୋଟ ପୋଲିସ ପହଞ୍ଚି  ତଦନ୍ତ ଆରମ୍ଭ କରିଛି ।  ଗଣେଶ ପାଣିଗ୍ରାହୀ ରିପୋର୍ଟ ।

ଜନତା ଜାଗରଣ 

#Ganjam #Dharakote

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike