ପାନ ଇଣ୍ଡିଆ ଶବ୍ଦ କୁ ନେଇ ବିଗିଡ଼ିଲେ ତେଲୁଗୁ ହିରୋ ନାନୀ !
ହାଇଦ୍ରାବାଦ : ତେଲୁଗୁ ସୁପରଷ୍ଟାର ଘଣ୍ଟା ନବୀନ ବାବୁ ଓରଫ ନାନୀ ଏବେ ତାଙ୍କ ଆଗାମୀ ଫିଲ୍ମ ‘ଦ ପାରାଡାଇଜ୍’ର ରିଲିଜ୍ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏହି ସମୟରେ ଭାରତୀୟ ସିନେମାରେ କେବଳ ଦକ୍ଷିଣ ଭାରତୀୟ ଫିଲ୍ମଗୁଡ଼ିକ ପାଇଁ ‘ପାନ୍-ଇଣ୍ଡିଆ’ ଶବ୍ଦ ବ୍ୟବହାର କରାଯିବା ନେଇ ସେ ଆପତ୍ତି ଜଣାଇଛନ୍ତି। ୪୨ ବର୍ଷୀୟ ଅଭିନେତା ଏହାକୁ ‘ଦୋହରା ମାନଦଣ୍ଡ’ ବୋଲି କହିବା ସହ ଏହି ଦ୍ୱୈତ ମାନଦଣ୍ଡ ହିନ୍ଦୀ ସିନେମାକୁ ଲାଭ ପହଞ୍ଚାଉଥିବା ଯୁକ୍ତି ଦେଇଛନ୍ତି। ଚେନ୍ନାଇରେ ଏକ କାର୍ଯ୍ୟକ୍ରମରେ ନାନୀ କହିଥିଲେ ଯେ, ଦକ୍ଷିଣ ଭାରତୀୟ ଫିଲ୍ମଗୁଡ଼ିକୁ ଏପରି ଏକ ଟ୍ୟାଗ୍ରେ ସୀମିତ କରିଦିଆଯାଇଛି, ଯାହା ଦ୍ୱାରା ଲାଗେ ଯେ ସେମାନଙ୍କୁ ଜାତୀୟ ସ୍ତରରେ ନିଜ ସ୍ଥାନ ପ୍ରମାଣ କରିବାକୁ ପଡ଼ୁଛି।ନାନୀ ଗୁରୁବାର ‘ଦ ପାରାଡାଇଜ୍’ର ପ୍ରଚାର ପାଇଁ ଚେନ୍ନାଇରେ ଥିଲେ। ଦୁଇଥର ରିଲିଜ୍ ତାରିଖ ଘୁଞ୍ଚିବା ପରେ ତାଙ୍କ ଏହି ଫିଲ୍ମ ଏବେ ୨୪ ସେପ୍ଟେମ୍ବର ୨୦୨୬ରେ ରିଲିଜ୍ ହେବାକୁ ଯାଉଛି।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#Nani #UpcomingMovie
Comments
Post a Comment