BRICS : ଡ୍ରାଇଭରଙ୍କୁ ବିଦାୟ ଦେବାକୁ ଭୁଲିଗଲେ, ପୁଣି ଫେରିଆସିଲେ ଆବୁଧାବିର କ୍ରାଉନ୍ ପ୍ରିନ୍ସ
ନୂଆଦିଲ୍ଲୀ : BRICS ସମ୍ମିଳନୀରେ ଯୋଗଦେବା ପାଇଁ ଦିଲ୍ଲୀ ଆସିଥିବା ଆବୁଧାବିର କ୍ରାଉନ୍ ପ୍ରିନ୍ସ ଶେଖ୍ ଖାଲିଦ ବିନ୍ ମହମ୍ମଦ ବିନ୍ ଜାୟେଦ ଅଲ୍ ନାହ୍ୟାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ତାଙ୍କର ସରଳ ଓ ମାନବିକ ବ୍ୟବହାର ଲୋକଙ୍କ ହୃଦୟ ଜିତୁଛି। ଦିଲ୍ଲୀ ଛାଡ଼ିବା ପୂର୍ବରୁ ସେ ଡ୍ରାଇଭରଙ୍କୁ ବିଦାୟ ଦେବାକୁ ଭୁଲିଯାଇଥିଲେ। ଏହା ମନେ ପଡ଼ିବା ପରେ ସେ ତୁରନ୍ତ ପଛକୁ ଫେରିଥିଲେ। ଡ୍ରାଇଭରଙ୍କ ସହ ହାତ ମିଳାଇବା ସହ କିଛି ସମୟ କଥା ହୋଇଥିଲେ। ଏହି ଆଚରଣକୁ ନେଇ ସୋସିଆଲ ମିଡିଆରେ ତାଙ୍କର ଖୁବ୍ ପ୍ରଶଂସା ହେଉଛି।
ଭାଇରାଲ ଭିଡିଓ ରେ ଶେଖ୍ ଖାଲିଦ ଗାଡ଼ିରୁ ଓହ୍ଲାଇ ସେଠାରେ ଉପସ୍ଥିତ ଲୋକଙ୍କୁ ଅଭିବାଦନ ଜଣାଉଥିବା ଦେଖାଯାଉଛି। ଏହା ପରେ ସେ ଆଗକୁ ବଢ଼ିଥିଲେ। ହଠାତ୍ କିଛି ମନେ ପଡ଼ିବାରୁ ସେ ପୁଣି ଗାଡ଼ି ନିକଟକୁ ଫେରିଥିଲେ। ସେଠାରେ ଡ୍ରାଇଭର ଙ୍କ ସହ ହାତ ମିଳାଇବା ସହ କିଛି ସମୟ କଥା ହୋଇଥିଲେ । ଏହାପରେ ସେ ବିମାନବନ୍ଦର ଅଭିମୁଖେ ଯାଇଥିଲେ। ANI ଅନୁସାରେ, ତାଙ୍କର ଡ୍ରାଇଭର ଜଣେ ଭାରତୀୟ ଥିଲେ।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#Driver #BRICS #PrinceOfAbudhabi
Comments
Post a Comment