ମଣିପୁର ଏବଂ ମିଜୋରାମ ରେ ଆସାମ ରାଇଫଲ ଚଢ଼ାଉ ରେ ନିଶା ତସ୍କର ଗିରଫ !
ମଣିପୁର : ମିଜୋରାମ ଓ ମଣିପୁର ରେ ମାଦକଦ୍ରବ୍ୟ ଚୋରାଚାଲାଣ ବିରୋଧ ରେ ସୁରକ୍ଷାବଳ ଙ୍କ ଅଭିଯାନରେ ୩.୬୮ କୋଟି ଟଙ୍କା ରୁ ଅଧିକ ମୂଲ୍ୟର ମେଥାମ୍ଫେଟାମାଇନ୍ ଟାବଲେଟ୍ ଓ ହେରୋଇନ୍ ଜବତ ହୋଇଛି । ଏହି ଘଟଣା ରେ ୫ ଜଣ ତସ୍କର ଙ୍କୁ ଗିରଫ କରାଯାଇଛି । ଅଧିକାରୀ ଙ୍କ ଅନୁସାରେ, ଜବତ ମାଦକ ଦ୍ରବ୍ୟ ଗୁଡ଼ିକ ମ୍ୟାନମାର ସହ ଜଡ଼ିତ ଚୋରାଚାଲାଣ ନେଟୱର୍କ ଜରିଆରେ ଆଗକୁ ପଠାଯିବାକୁ ଥିଲା । ମିଜୋରାମର ସୈତୁଆଲ ଜିଲ୍ଲା ରେ ଆସାମ ରାଇଫଲ୍ସ ଓ ମିଜୋରାମ ପୁଲିସ ଗୁପ୍ତ ସୂଚନା ଆଧାର ରେ ମିମବୁଙ୍ଗ-କାୱଲବେମ-ନଗୋପାସର ଟି-ଜଙ୍କସନ ଅଞ୍ଚଳ ରେ ମିଳିତ ଅଭିଯାନ ଚଳାଇଥିଲେ । ଏହି ସମୟ ରେ ଜଣେ ତସ୍କର ଙ୍କୁ ଧରାଯାଇଥିଲା । ତାଙ୍କ ନିକଟ ରୁ ୨.୨୮୫ କିଲୋଗ୍ରାମ ମେଥାମ୍ଫେଟାମାଇନ୍ ଟାବଲେଟ୍ ଜବତ ହୋଇଥିଲା । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧.୮୩ କୋଟି ଟଙ୍କା ବୋଲି କୁହାଯାଇଛି । ଅଭିଯୁକ୍ତ ଓ ଜବତ ମାଦକ ଦ୍ରବ୍ୟ କୁ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନଗୋପା ପୁଲିସ ଥାନା କୁ ହସ୍ତାନ୍ତର କରାଯାଇଛି । ଅନ୍ୟ ଏକ ଅଭିଯାନ ରେ ଆସାମ ରାଇଫଲ୍ସ ଓ ମିଜୋରାମ ପୁଲିସ ଚମ୍ଫାଇ ଜିଲ୍ଲାର ଜୋଖାୱଥାର ଅଞ୍ଚଳର ଆଇରନ୍ ଗେଟ୍ ନିକଟ ରେ ଚଢ଼ାଉ କରିଥିଲେ । ମ୍ୟାନମାର ରୁ ମାଦକଦ୍ରବ୍ୟ ଚୋରାଚାଲାଣ ପାଇଁ ଏହି ଅଞ୍ଚଳ ସମ୍ବେଦନଶୀଳ ବୋଲି ମନେ କରାଯାଏ । ମିଳିତ ଟିମ୍ ଜଣେ ତସ୍କର ଙ୍କୁ ଗିରଫ କରି ତାଙ୍କ ନିକଟରୁ ୨୮ ଗ୍ରାମ ହେରୋଇନ୍ ଜବତ କରିଥିଲା । ଏହାର ମୂଲ୍ୟ ପ୍ରାୟ ୫.୬ ଲକ୍ଷ ଟଙ୍କା ଆକଳନ କରାଯାଇଛି । ଅଭିଯୁକ୍ତ ଓ ଜବତ ହେରୋଇନ୍କୁ ଜୋଖାୱଥାର ପୁଲିସ ଥାନାକୁ ହସ୍ତାନ୍ତର କରାଯାଇଛି।
ଅନ୍ୟପକ୍ଷରେ, ମଣିପୁରର ସେନାପତି ଜିଲ୍ଲାରେ ରାଜ୍ୟ ପୁଲିସ, କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ୍) ଓ ଆସାମ ରାଇଫଲ୍ସର ମିଳିତ ଟିମ୍ ଦୁଇ ଜଣ ତସ୍କରଙ୍କୁ ଗିରଫ କରିଛି। ଉଭୟ ଆସାମର ଗୋଲପାଡ଼ା ଜିଲ୍ଲାର ବାସିନ୍ଦା। ସେମାନଙ୍କ ନିକଟରୁ ୧୦ଟି ପ୍ୟାକେଟ୍ରେ ରଖାଯାଇଥିବା ୨.୩ କିଲୋଗ୍ରାମ ମେଥାମ୍ଫେଟାମାଇନ୍ ଟାବଲେଟ୍ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧.୮୦ କୋଟି ଟଙ୍କା ବୋଲି ଜଣାପଡ଼ିଛି ।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#Manipur #Narcotics #AssamRifles
Comments
Post a Comment