ବିଜୟ ଙ୍କୁ ସମୟ ଦିଆଯାଉ : ପ୍ରକାଶ ରାଜ

ତାମିଲନାଡୁ : ପ୍ରକାଶ ରାଜ ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି, “ବିଜୟ କେବଳ ତାଙ୍କୁ ଭୋଟ୍ ଦେଇଥିବା ଲୋକଙ୍କ ମୁଖ୍ୟମନ୍ତ୍ରୀ ନୁହନ୍ତି। ସେ ତାଙ୍କୁ ଭୋଟ୍ ଦେଇନଥିବା ଲୋକ ଙ୍କ ର ମଧ୍ୟ ମୁଖ୍ୟମନ୍ତ୍ରୀ । ତାଙ୍କୁ ସମୟ ଦିଆଯିବା ଆବଶ୍ୟକ। ବିଜୟ ଙ୍କ ସରକାର ଉପରେ ଏଭଳି ମନ୍ତବ୍ୟ ଦେବା ପୂର୍ବରୁ ତାଙ୍କୁ ଅତି କମ୍‌ରେ ଏକ ବର୍ଷ ସମୟ ଦିଆଯିବା ଉଚିତ। ବିଜୟ ଙ୍କୁ ନେଇ ମୋର ଅନେକ ସନ୍ଦେହ ଥିଲା। ନିର୍ବାଚନ ପୂର୍ବରୁ ମୁଁ ଏନେଇ ଖୋଲାଖୋଲି ମତ ମଧ୍ୟ ରଖିଥିଲି । କିନ୍ତୁ ସେ ନିର୍ବାଚନ ଜିତି ସରକାର ଗଠନ କରିଛନ୍ତି। ଏବେ ମାତ୍ର ୧୨୦ ଦିନ ହୋଇଛି । ତେଣୁ ଏହି ସମୟ ରେ କୌଣସି ନିଷ୍କର୍ଷ ରେ ପହଞ୍ଚିବା ସମ୍ଭବ ନୁହେଁ। ଯଦି ଏକ ବର୍ଷ ପରେ ମଧ୍ୟ ସେ ଠିକ୍ ଭାବରେ କାମ ନ କରନ୍ତି, ତେବେ ମୁଁ ତାଙ୍କୁ ପ୍ରଶ୍ନ କରିବି।” ଅଜିତ କୁମାର ଙ୍କ ସହ ବିଜୟ ଙ୍କ ସାକ୍ଷାତ କୁ ମଧ୍ୟ ପ୍ରକାଶ ରାଜ ସମର୍ଥନ କରିଛନ୍ତି। ସେ କହିଛନ୍ତି, “ବିଜୟ ଙ୍କ ବିଦେଶ ଯିବା କିମ୍ବା ନିଜ ବନ୍ଧୁ ଅଜିତଙ୍କୁ ଭେଟିବା ଭୁଲ ନୁହେଁ । ଧ୍ୟାନ ଦିଆଯିବା ଉଚିତ ଏହି କଥା ଉପରେ ଯେ, ସେ ଯେଉଁ ଉଦ୍ଦେଶ୍ୟ ନେଇ ବିଦେଶ ଯାଇଥିଲେ, ତାହା ପୂରଣ ହୋଇଛି କି ନାହିଁ।” ପ୍ରକାଶ ରାଜ ଙ୍କ ଏହି ମନ୍ତବ୍ୟ ଥଲପତି ବିଜୟଙ୍କ ସେହି ଦାବି ଆଡ଼କୁ ଇଙ୍ଗିତ କରୁଥିଲା, ଯେଉଁଥିରେ ସେ ବିଦେଶ ରୁ ଅନେକ ହଜାର କୋଟି ଟଙ୍କାର ନିବେଶ ଆଣିବା ବିଷୟରେ କହିଥିଲେ।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#Tamilnadu #Prakasraj #TahalapatiVijay

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike