ଚିଲିକା ରେ ଚାଲିଛି ବେଆଇନ ପକ୍ଷୀ ଶିକାର ! #Satpada #Chilika

 

କୃଷ୍ଣପ୍ରସାଦ : ଚିଲିକା ହ୍ରଦରେ ବିଦେଶରୁ ଆସୁଥିବା ଗେଣ୍ଡି ପକ୍ଷୀମାନଙ୍କୁ ବେଆଇନ ଭାବେ ଫାଶ ପକାଇ ଶିକାର କରାଯାଉଥିବା ଅଭିଯୋଗ ପୁଣି ଚର୍ଚ୍ଚାରେ ଆସିଛି । ସରକାର ବନ୍ୟଜନ୍ତୁ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ ଏପରି ବେଆଇନ କାର୍ଯ୍ୟକଳାପ ରୋକିବାରେ ସମ୍ପୃକ୍ତ ବିଭାଗର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠୁଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ କେତେକ ଶିକାରୀ ନିର୍ଭୟରେ ଫାଶ ପକାଇ ଗେଣ୍ଡୀ ପକ୍ଷୀଙ୍କୁ ଶିକାର କରୁଛନ୍ତି। ଏତେ ସବୁ ଘଟଣା ସତ୍ତ୍ୱେ ମଧ୍ୟ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାରେ ବନ୍ୟପ୍ରାଣୀ ବିଭାଗ କାହିଁକି ବିଫଳ ହେଉଛି ବୋଲି ପ୍ରଶ୍ନ ଉଠୁଛି । ଏହି ଘଟଣାର ସତ୍ୟତା ଯାଞ୍ଚ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଚିଲିକାରେ ପରିଯାୟୀ ପକ୍ଷୀଙ୍କ ସୁରକ୍ଷା ପାଇଁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପରିବେଶପ୍ରେମୀ ଓ ସ୍ଥାନୀୟ ଲୋକ ଦାବି କରିଛନ୍ତି।

ରିପୋର୍ଟ :- ଲିଲନ କୁମାର ଜେନା

ଜନତା ଜାଗରଣ 

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike