ରଥ ଯାତ୍ରା ପୂର୍ବରୁ ପୁରୀ ରେ ୨୩ ପେଶାଦାର ଅପରାଧୀ ଗିରଫ ! #Rathyatra2026 #puripolice








 ବିଶ୍ୱପ୍ରସିଦ୍ଧ ରଥଯାତ୍ରା କୁ ଦୃଷ୍ଟିରେରଖି ପୁରୀ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ ।


ପୁରୀ: ପୁରୀ ସହରରେ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଯାଇଛି। ଏହି ଅଭିଯାନରେ ପୋଲିସ ବଡ଼ ସଫଳତା ପାଇଛି। ସହରର ବିଭିନ୍ନ ଥାନା ଅଞ୍ଚଳରେ ଚଢ଼ାଉ କରି ମୋଟ ୮ଟି ମାମଲା ରୁଜୁ କରାଯିବା ସହ ୨୩ ଜଣ ବୃତ୍ତିଗତ ଅପରାଧୀଙ୍କୁ ଗିରଫ କରାଯାଇଛି।

ପୁରୀ ସି-ବିଚ୍ ଏବଂ ବାସେଳିସାହି ଥାନା ଅଞ୍ଚଳରୁ ୧୦ ଜଣଙ୍କୁ ଡକାୟତି ପ୍ରସ୍ତୁତି କରୁଥିବା ବେଳେ ଗିରଫ କରାଯାଇଛି।

 କୁମ୍ଭାରପଡ଼ା, ସିଂହଦ୍ୱାର ଏବଂ ତାଳବଣିଆ ଥାନା ଅଞ୍ଚଳରୁ ଦାଦାବଟି ମାମଲାରେ ୯ ଜଣଙ୍କୁ ଗିରଫ କରାଯାଇଛି।

 ବଳିଆପଣ୍ଡା ଏବଂ ସି-ବିଚ୍ ଥାନା ଅଞ୍ଚଳରୁ ନିଶା ଦ୍ରବ୍ୟ ଓ ଦେଶୀ ମଦ ବିକ୍ରି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି।

ପୋଲିସ ଅପରାଧୀଙ୍କ ନିକଟରୁ ୩ଟି ଖଣ୍ଡା, ୪ଟି ଛୁରୀ, ୫ଟି ଲୁହା ରଡ଼, ଗୋଟିଏ ଲାଠି, ୧୯୩୦ ଟଙ୍କା, ୫୬ ବୋତଲ କୋରେକ୍ସ କଫ ସିରପ୍, ୭୫୦ ଲିଟର ପୋଚ ଏବଂ ୫ ଲିଟର ଦେଶୀ ମଦ ଜବତ କରିଛି। ଗିରଫ ସମସ୍ତ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଅନେକ ସଙ୍ଗୀନ ମାମଲା ରହିଛି।

ଚଳିତ ବର୍ଷ ଜାନୁଆରୀରୁ ୧୫ ଜୁନ୍ ପର୍ଯ୍ୟନ୍ତ ପୁରୀ ପୋଲିସର ଏହି ଅଭିଯାନ ଜାରି ରହିଛି, ଯେଉଁଥିରେ ସହରରୁ ୩୦୭ ଜଣ ଅସାମାଜିକ ବ୍ୟକ୍ତି ଗିରଫ ହୋଇଥିବାବେଳେ ବହୁ ପରିମାଣର ନିଶା ଦ୍ରବ୍ୟ ଜବତ କରାଯାଇଛି।


ରିପୋର୍ଟ :- ପିଙ୍କୁନ ଜେନା 

ଜନତା ଜାଗରଣ 


#Puri #Rathyatra2026 #Policeaction 

Comments