ବଲାଙ୍ଗୀର ରେ ରାସ୍ତା ଉପରେ ପଡ଼ିଥିବା ମାଟି ଏବଂ ହାଇୱା ଉଜାଡିଦେଲା ପରିବାର ! #Bolangir #Familydeath

 


ବଲାଙ୍ଗୀର : ବଲାଙ୍ଗୀର ସହର ରେ ଘଟିଛି ଏକ ଛାତି ଥରା ସଡ଼କ ଦୁର୍ଘଟଣା ! ଦୁର୍ଘଟଣାରେ ମା ,ଝିଅ ଙ୍କ ଜୀବନ ଚାଲିଯାଇଛି । ସହରର ଗାନ୍ଧୀନଗରପଡ଼ା ରାଜ ହୋଟେଲ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଦୁଇ ମା ଝିଅ ଏକ ସ୍କୁଟି ରେ ଗାନ୍ଧୀନଗରପଡ଼ା ଦେଇ ସମ୍ବଲପୁର ରାସ୍ତାରେ ଥିବା ସମଲେଶ୍ୱରୀ ନର୍ସିଂ ହୋମ୍ କୁ ଯାଉଥିଲେ । କାଦୁଅ ପଚ ପଚ ରାସ୍ତା ଯୋଗୁଁ ରାଜ ହୋଟେଲ ନିକଟରେ ତାଙ୍କ ସ୍କୁଟି ସ୍ଲିପ କରାଯାଇଥିଲା ଓ ତାଙ୍କୁ ହାଇୱା ଗାଡ଼ି ଧକ୍କା ଦେଇ ତାଙ୍କ ଉପରକୁ ଚଢି ଯାଇଥିଲା । ଘଟଣା ସ୍ଥଳର ହିଁ ମା ଝିଅଙ୍କ ଜୀବନ ଚାଲି ଯାଇଥିବା ବେଳେ ମା ଝିଅ ଦୁହେଁ ବଲାଙ୍ଗିର ସହର ର ତାଲପାଲି ପଡ଼ା ର ବୋଲି ଜଣାପଡିଛି । ଟାଉନ ଥାନା ପୋଲିସ ପହଞ୍ଚି ଉଭୟ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ କୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଦୁର୍ଘଟଣା କୁ ନେଇ ସାଂଘାତିକ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ। ସେମାନଙ୍କ ଅଭିଯୋଗ ଯେ ଜଳାଶୟ ଉଦ୍ଧାର ବେଳେ ରାସ୍ତା ଉପରେ ପଡି ରହିଥିବା ମାଟି ପାଇଁ ହିଁ ଏଭଳି ଦୁର୍ଘଟଣା ଘଟିଛି । ସହରରେ ଜଳାଶୟ ଗୁଡିକର ପଙ୍କ ଉଦ୍ଧାର କାମ ଚାଲୁଛି, ଆଉ ସେହି ଜାଗାର ମାଟି ନେଲା ବେଳେ ରାସ୍ତା ଉପରେ ପଡୁଛି । ଟ୍ରିପ ଟ୍ରିପ ମାଟି, ଯେଉଁଥି ପାଇଁ କି ରାସ୍ତା ର ଅବସ୍ଥା ବେହାଲ ହେଇଯାଇଛି । ଯୁଆଡେ ଦେଖିବେ ରାସ୍ତା ସାରା ମାଟି ହିଁ ମାଟି । ଯାହା ଫଳରେ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଆଉ ଶେଷରେ ଦୁଇ ମା ଝିଅଙ୍କ ଜୀବନ ଚାଲି ଯାଇଛି ବୋଲି ଜନ ସାଧାରଣ ଏକ ବଡ଼ ଅଭିଯୋଗ କରିଛନ୍ତି । ଗଣେଶ ପାଣିଗ୍ରାହୀ ରିପୋର୍ଟ

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike