ରଥ ଖଳା ରେ ଜେଜେ ଙ୍କୁ ଭେଟିଲେ ନାତୁଣୀ । #Puri #Rathyatra





 ମହାପ୍ରଭୁ ଛୋଟ ପିଲା ଙ୍କୁ ବହୁତ ଭଲ ପାଆନ୍ତି 🙏

ବଡ଼ ଦାଣ୍ଡ ରଥଖଳା ରେ ଚଳ ଚଞ୍ଚଳ ଥାନ୍ତି ମହାରଣା ସେବକ ! ଧ୍ୟାନ କେନ୍ଦ୍ରିତ ଥାଏ ମହାପ୍ରଭୁ ଙ୍କ ରଥ ଉପରେ ! ଶହ ଶହ ମହାରଣା ସେବକ ପୋଲିସ ସୁରକ୍ଷା ଭିତରେ ରଥ ଖଳା ରେ କାର୍ଯ୍ୟ ନିମଗ୍ନ ଥାନ୍ତି ! ହଠାତ ସମସ୍ତ ଙ୍କ ର ଧ୍ୟାନ ଭଗ୍ନ ହେଲା ଜେଜେ ଜେଜେ ଡାକ ରେ ! ସମସ୍ତେ ଦେଖିଲେ ହାତ ରେ ଖେଳନା ଟିଏ ଧରି କୁନି ଝିଅ ଟିଏ ଜଣେ ବୟସ୍କ ମହାରଣା ସେବକ ଙ୍କ ଆଡକୁ ଦୌଡ଼ି ଦୌଡ଼ି ଆସୁଛି ! ହସି ହସି ବାଟ ଛାଡିଦେଲେ ପୋଲିସ ! କୁନି ଝିଅ ସିଧା ଯାଇ ଜେଜେ ଙ୍କ କୋଳ ରେ ! ଗେଲ କରିଦେଲେ ଜେଜେ.. ମୁରୁକି ମୁରୁକି ହସିଦେଲେ ମହାପ୍ରଭୁ 🙏 ଜୟ ଜଗନ୍ନାଥ 🙏 ଜୟ ଜଗନ୍ନାଥ 


ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 

ଜନତା ଜାଗରଣ 


#Puri #Rathyatra2026

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike