ଗଞ୍ଜାମ ରମ୍ଭା ଚୋରି ଘଟଣା ର ଫର୍ଦ୍ଧାଫାଶ କରିଛି ରମ୍ଭା ପୋଲିସ ! #RambhaPolice #Ganjam

 



ଗଞ୍ଜାମ : ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଞ୍ଚଳରେ ଏକ ଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ୪୦ ଗ୍ରାମ ସୁନା ଗହଣା ଓ ନଗଦ ଟଙ୍କା ଚୋରି ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଥିବା ବେଳେ ଚୋରି ହୋଇଥିବା ସମସ୍ତ ସାମଗ୍ରୀ ଉଦ୍ଧାର କରାଯାଇଛି । ମଧୁରଚୁଆ ଗ୍ରାମର ବିନ୍ଦୁ ନାୟକଙ୍କ ଘରୁ ଗତ ୨ ତାରିଖରେ ପ୍ରାୟ ୨୨ ହଜାର ଟଙ୍କା ନଗଦ ସହ ୩ ଯୋଡ଼ା ସୁନା କାନଫୁଲ, ୨ଟି ଲକେଟ୍, ୨ଟି ସୁନା ବାଲା, ଏକ ସୁନା ଚେନ୍, ମଙ୍ଗଳସୂତ୍ର ଏବଂ ରୂପା ଅଳଙ୍କାର ଚୋରି ହୋଇଥିଲା। ଏନେଇ ରମ୍ଭା ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଡଗ୍ ସ୍କ୍ୱାଡ୍ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ପଡ଼ୋଶୀ ମହିଳା ମାଳବିକା ନାୟକଙ୍କ ଉପରେ ସନ୍ଦେହ ହୋଇଥିଲା। ପଚରାଉଚରା ବେଳେ ସେ ଚୋରି କରିଥିବା ସ୍ୱୀକାର କରିଥିଲେ। ପରେ ତାଙ୍କ ଘର ପଛପଟେ ଲୁଚାଇ ରଖିଥିବା ସମସ୍ତ ସୁନା ଗହଣା ଓ ନଗଦ ଟଙ୍କା ପୋଲିସ ଜବତ କରିଥିଲା।ରମ୍ଭା ପୋଲିସ ଅଭିଯୁକ୍ତ ମାଳବିକା ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ଚୋରି ହୋଇଥିବା ପ୍ରାୟ ସମସ୍ତ ସାମଗ୍ରୀ ଉଦ୍ଧାର ହୋଇଥିବାରୁ ପୋଲିସ ଏହାକୁ ଏକ ବଡ଼ ସଫଳତା ବୋଲି କହିଛି। ପଡ଼ୋଶୀଙ୍କ ଉପରେ ଭରସା କରୁଥିବା ପରିବାର ପାଇଁ ଏହି ଘଟଣା ଏକ ବଡ଼ ଝଟକା ହୋଇଥିବା ବେଳେ, ତ୍ୱରିତ ତଦନ୍ତ କରି ଚୋରିର ପର୍ଦ୍ଦାଫାସ କରିଥିବାରୁ ରମ୍ଭା ପୋଲିସକୁ ପ୍ରଶଂସା କରାଯାଉଛି। 

ଗଣେଶ ପାଣିଗ୍ରାହୀ ରିପୋର୍ଟ

ଜନତା ଜାଗରଣ 


#Ganesh #Ganjam #Theft #Rambha

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike