ପୁରୀ ବଡ଼ ଦାଣ୍ଡରେ ହାତାହାତି ହେଲେ ଉଠା ଦୋକାନୀ ଏବଂ ଏନଫର୍ସମେଣ୍ଟ ସ୍କ୍ୱାର୍ଡ ! #Puri #Enforceteam



ପୁରୀ : ପୁରୀ ବଡ଼ ଦାଣ୍ଡରେ ହାତାହାତି ହେଲେ ଉଠା ଦୋକାନୀ ଏବଂ ଏନଫର୍ସମେଣ୍ଟ ସ୍କ୍ୱାର୍ଡ । ଉତ୍ତର ଦିଅନ୍ତୁ ପୁରୀ ଜିଲ୍ଲା ପ୍ରଶାସନ ଏଭଳି ଭାବରେ ନାଗରିକ ଙ୍କୁ ବ୍ୟବହାର କରିବା ପାଇଁ ସମ୍ବିଧାନ ରେ କିଛି ନିୟମ ଅଛି କି ? ଉଠା ଦୋକାନୀ ଗରିବ ଲୋକ ତାଙ୍କୁ ଏନ୍ଫୋର୍ସମେଣ୍ଟ ଟିମ ଆଖି ଦେଖାଇ ପାରିବେ ! ତାଙ୍କ ଜିନିଷ ଯାହା ବିକି ତାଙ୍କ ପରିବାର ପାଇଁ ସେ ରୋଜଗାର ସାଉଁଟି ଥିଲେ ତାକୁ ଫୋପାଡିବା ଦ୍ୱାରା ସରକାର ଙ୍କ ଛବି ଜନତା ଙ୍କ ଆଗରେ ଭଲ ରହିବ କି ? ପୁରୀ ବଡ଼ ଦାଣ୍ଡରେ ବଡ଼ ଧରଣର ଅଘଟଣ । ହାତାହାତି ହେଲେ ଉଠା ଦୋକାନୀ ଏବଂ ଏନଫର୍ସମେଣ୍ଟ ସ୍କ୍ୱାର୍ଡ । ରାସ୍ତାରେ ଦୋକାନ କରିଥିବାରୁ ସବୁ ଜିନିଷ ପତ୍ର ଫୋପାଡ଼ି ଦେଲେ ଏନଫର୍ସମେଣ୍ଟ୍ ସ୍କ୍ୱାର୍ଡ । ଦୋକାନ ରାଗିକରି ହାତ ହାତାହାତି ହେଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ବୁଝାସୁଝା ପରେ ମାମଲା ଶାନ୍ତ ପଡ଼ିଲା । ତେବେ ପ୍ରଶ୍ନ ଉଠୁଛି ମନ୍ଦିର ଚାରିପଟେ ଅନେକ ବେଆଇନ କାର୍ଯ୍ୟ ଚାଲିଥିବା ବେଳେ ଉଠା ଦୋକାନୀ ଙ୍କୁ ବ୍ୟବହାର ଦେଖାଇ ଜନତା ଙ୍କୁ କେଉଁ ବାର୍ତ୍ତା ଦେବାକୁ ଚାହୁଁଛି ପୁରୀ ଜିଲ୍ଲା ପ୍ରଶାସନ ?


ରିପୋର୍ଟ :- ଲିଲନ କୁମାର ଜେନା 

ଜନତା ଜାଗରଣ 


#PURI #Srimandir
 

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike