ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବଡସାଙ୍ଖ ଜଳ ଯୋଗାଣ ପଏଣ୍ଟ ରୁ ଅନାବଶ୍ୟକ ନିରନ୍ତର ପାଣି ନିଷ୍କାସନ, ବନ୍ଦ କରିବା ପାଇଁ ନିବେଦନ। #Ganjam #Buguda

 


ବୁଗୁଡ଼ା : ବୁଗୁଡ଼ା ବଡସାଙ୍ଖ ଠାରେ ଜଳ ଯୋଗାଣ ପଏଣ୍ଟରୁ ନିରନ୍ତର ଭାବେ ଅନାବଶ୍ୟକ ଭାବେ ପାଣି ବହୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକି ସୋସିଆଲ ମିଡ଼ିଆରେ ଫୋଟ ଭାଇରାଲ ହୋଇଥିବା ନଜର କୁ ଆସିଛି ।ପାଣି ନିଷ୍କାସନ ସମୟରେ ସେଠାରେ ବୁଗୁଡ଼ା ପାନୀୟ ଜଳ ଯୋଗାଣର କୌଣସି କର୍ମଚାରୀ ଉପସ୍ଥିତ ରହିବା ବଦଳରେ କାହାର ବି ଦେଖାନାହିଁ । ଯାହାଦ୍ବାରା ବିପୁଳ ପରିମାଣର ଭୂତଳ ଜଳର ଅନାବଶ୍ୟକ ସ୍ଥଳେ ନଷ୍ଟ ହେଉଛି । ବିନା କାରଣରେ ଅନାବଶ୍ୟକ ଭାବେ ପାନୀୟ ଜଳର ନଷ୍ଟ ହେବା ଫଳରେ ଆଗାମୀ ଦିନରେ ପାନୀୟ ଜଳର ଅଭାବ ଦେଖାଦେବାର ଯଥେଷ୍ଟ ସମ୍ଭାବନା ରହିଛି । ପାନୀୟ ଜଳ ଯୋଗାଣ ବିଭାଗ ବୁଗୁଡ଼ା ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି ବନ୍ଦ କରିବା ଦାବି ହୋଇଛି। ଜଦି ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି ତାହାହେଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ତୁରନ୍ତ ଗ୍ରହଣ କରିବା ପାଇଁ ବୁଗୁଡ଼ା ବଳଦେବ ସ୍ବାମୀ ବରିଷ୍ଠ ନାଗରିକ ଟ୍ରଷ୍ଟର ଅଧ୍ୟକ୍ଷ ଗଙ୍ଗାଧର ବିଷୋୟୀ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି। ଗଣେଶ ପାଣିଗ୍ରାହୀ ରିପୋର୍ଟ

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike