ଅସହାୟତାର କରୁଣ କାହାଣୀ ! (କୁଡିଆରେ ବିତୁଛି ଚାରି ପ୍ରାଣୀଙ୍କ ଜୀବନ) କେବେ ପଡ଼ିବ ପ୍ରଶାସନର ନଜର ? #Bhanjanagar #Ganjam



 ଭଞ୍ଜନଗର : ଭଞ୍ଜନଗର ନିକଟସ୍ଥ ଅଗଝୋଳ ଗ୍ରାମର ରୋଡ଼ ପାଶ୍ବର ଏକ ଭଙ୍ଗା ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଚାଳ ଛପର କୁଡ଼ିଆରେ ଆଜକୁ ପ୍ରାୟ ୧୫ ବର୍ଷ ହେଲା ବହୁତ କଷ୍ଟରେ ବିତୁଛି ଚାରି ପ୍ରାଣୀଙ୍କ ଜୀବନ । ଅଗଝୋଳ ଗ୍ରାମର ରମେଶ ମୂଳି ଗରିବ ଶ୍ରେଣୀର ହୋଇଥିବା ବେଳେ ଦୀର୍ଘ ବର୍ଷ ଧରି ତାଙ୍କ ପତ୍ନୀ ଓ ଦୁଇଝିଅକୁ ନେଇ ବହୁତ ଅସୁବିଧା ସହ କଷ୍ଟକର ଜୀବନ ଯାପନ କରୁଥିବା ଜଣାପଡିଛି । ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ରହିଥିବା ଯୋଗୁଁ ସବୁ ସମୟରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଖାଇବା, ରହିବା ଓ ପିନ୍ଧିବା ପାଇଁ ନାହିଁ ସଠିକ୍ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଯାହାକୁ ନେଇ ବହୁ କଷ୍ଟରେ ଚଳୁଛନ୍ତି, ଅସହାୟ ରମେଶ ମୂଳିଙ୍କ ପରିବାର । ଆଜି କୁ ୧୫ ବର୍ଷ ବିତିଯାଇଥିଲେ ମଧ୍ୟ ସରକାର ପରେ ସରକାର ଗଲାଣି ନା ପଡୁଛି ସରକାର ନା ପଡୁଛି ପ୍ରଶାସନର ନଜର । ଭଞ୍ଜନଗର ବ୍ଳକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି ଅସହାୟ ରମେଶ ମୂଳି ଙ୍କ ପରିବାରକୁ ସରକାରୀ ସହାୟତା ଓ ଉତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ଗ୍ରାମବାସୀ ଙ୍କ ଓ ପରିବାର ପକ୍ଷରୁ ଦାବି କରାଯାଇଛି । ସରକାର ଓ ସ୍ଥାନୀୟ ପ୍ରଶାସନର ନଜର ପଡିଲେ ତାହେଲେ ନିଶ୍ଚୟ ଭାବେ ପରିବାରଟି ଉଦ୍ଧାର ହୋଇପାରିବ ବୋଲି ଅନୁମାନ କରାଯାଉଛି ।

ଗଣେଶ ପାଣିଗ୍ରାହୀ ରିପୋର୍ଟ

ଜନତା ଜାଗରଣ 


#Bhanjanagar #Poverty

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike